ଜେନେଟିକ୍ସ ଓ ଜିନୋମିକ୍ସର ଜାତୀୟ ସମ୍ମିଳନୀ

ଜଟଣୀ:   ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏଫଏସ୍ଟି-ଏଏନ୍ଏର୍ଏଫ୍ ପ୍ରଯୋଜିତ ଜେନେଟିକ୍ସ ଏବଂ ଜିନୋମିକ୍ସର ସୀମାନ୍ତ ଜାତୀୟ ସମ୍ମିଳନୀ ଆୟୋଜନ ହୋଇଯାଇଛି  । କାର୍ଯ୍ୟକ୍ରମରେ ଏକାଡେମି ଏବଂ ଉଦ୍ୱୋଗ କ୍ଷେତ୍ରର ଅଗ୍ରଗଣ୍ୟ ବିଶେଷଜ୍ଞମାନେ ଏକତ୍ର ହୋଇ ଜିନୋମ୍ ସିକ୍ୱେନ୍ସିଂ, ଜିନ୍ ଏଡିଟିଂ, ଏବଂ ମଲେକୁ୍ୟଲାର୍ ମାର୍କର୍ ବିକାଶ ସହିତ ସମ୍ବନ୍ଧିତ ନୂତନ ଉନ୍ନତିମାନଙ୍କ ବିଷୟରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀ ଜ୍ଞାନ ବିନିମୟ ପାଇଁ ଏକ ଭିନ୍ନ ମଞ୍ଚ ପ୍ରଦାନ କଲା । ଯେଉଁଠି ବିଶେଷଜ୍ଞ ଏବଂ ଗବେଷକମାନେ ଏକତ୍ର ହୋଇ ଜେନେଟିକ୍ସ ଏବଂ ଜିନୋମିକ୍ସର ଗୁରୁତ୍ୱପୂର୍ଣ୍ଣ ଉନ୍ନତିଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି । ସକ୍ରିୟ ଅଂଶଗ୍ରହଣ ଏବଂ ଗଭୀର ଆଲୋଚନାମ ଦ୍ୱାରା ଭବିଷ୍ୟତରେ ଜିନୋମିକ୍ ଗବେଷଣା ଏବଂ ଏହାର ପ୍ରୟୋଗଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଅଗ୍ରସର କରିବ ବୋଲି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓଡିଶାର ଉପକୁଳପତି ପ୍ରଫେସର୍ ଡ଼. ସୁପ୍ରିୟା ପଟ୍ଟନାୟକ କହିଛନ୍ତି । ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପୂର୍ବତନ ପ୍ରଫେସର୍ ଏବଂ ଯୋଗୀ ୱେମାନା ବିଶ୍ୱବିଦ୍ୟାଳୟର ପ୍ରଥମ ଉପକୂଳପତି ପ୍ରଫେସର ଅର୍ଜୁଳା ରାମଚନ୍ଦ୍ର ରେଡ୍ଡି ଉପସ୍ଥିତ ଥିଲେ । ସମ୍ମାନୀତଅତିଥି ତେଲେଙ୍ଗାନା ବିଶେଷ ମୁଖ୍ୟ ସଚିବ ଏବଂ ଆଇଏଏସ୍ ପ୍ରଫେସର ବିପି ଆଚାର୍ଯ୍ୟ ଅଂଶଗ୍ରହଣ କରିଥିଲେ । ବେଙ୍ଗାଲୁରର ଜିନୋଟାଇପିକ୍ ଟେକ୍ନୋଲୋଜିର ସଂସ୍ଥାପକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ରାଜା ମୁଗାସିମାହାଳିଙ୍ଗମ ସଭାକୁ ସମ୍ବୋଧନ କରି ଜିନୋମିକ୍ସର କୃଷି, ସ୍ୱାସ୍ଥ୍ୟ ସେବା ଏବଂ ବାୟୋ ଟେକ୍ନୋଲୋଜି କ୍ଷେତ୍ରର ରୂପାନ୍ତରାତ୍ମକ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ।