ଜେଲ୍ ଗଲେ ବ୍ୟାଙ୍କ କର୍ମଚାରୀ
ରାଇଘର : ଜଣେ ବ୍ୟାବସାୟୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇ ଜେଲ ଗଲେ ବ୍ୟାଙ୍କ କର୍ମଚାରୀ । ପ୍ରକାଶ ଯେ, ସ୍ଥାନୀୟ ବ୍ଲକର ଜୋଡଜୋଙ୍ଗା ଡିଏନକେ ଗ୍ରାମର ସଞ୍ଜୟ ସାହା ନାମକ ଜଣେ ବ୍ୟାବସାୟୀଙ୍କୁ ପ୍ରଲୋଭନ ଦେଖେଇ ପଇସା ଦୁଇଗୁଣ ହେବ କହି ରାଇଘର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ରିଲେସନ ମ୍ୟାନେଜର ହଲଧର ନାୟକ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ସଞ୍ଜୟ ସାହା ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବ୍ୟବସାୟୀ ଶ୍ରୀ ସାହାଙ୍କ ଅଭିଯୋଗକୁ ଭିତ୍ତି କରି ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ବ୍ୟାଙ୍କକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ କେସ ନମ୍ବର ୧୭୮ /୨୫ ରେ ମାମଲା ରୁଜୁ କରି ସେକ୍ସନ ୩୧୮ (୨ ), ୩୧୮(୩ ), ୩୧୮ (୪ ) ଅନୁଯାଇ ଆଜି ବ୍ୟାଙ୍କ କର୍ମଚାରୀ ହଲଧର ନାୟକଙ୍କୁ କୋର୍ଟଚଲାଣ କରିଥିବାର ରାଇଘର ପୁଲିସ ପ୍ରକାଶ କରିଛି ।