ବିଶ୍ୱ ପଖାଳ ଦିବସ ପାଳିତ

ଚମ୍ପୁଆ: କଥାରେ ଅଛି ଓଡିଆ ଭାରି ବଢିଆ । ଓଡିଆ ଘରର ପଖାଳ କଂସା ଓଡିଆ ମାନଙ୍କ ପାଇଁ ଏକ ଗର୍ବ ଗୌରବର ଗାଥା । ଏହି ପରିପ୍ରେକ୍ଷୀରେ ଓଡିଆ ଭାଷା, ସାହିତ୍ୟ ଓ ସାଂସ୍କୃତି ପରିଷଦ ଚମ୍ପୁଆ ଉପଖଣ୍ଡ ପକ୍ଷରୁ ଆଜି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଓ ସମ୍ପାଦକ ଭକ୍ତବନ୍ଧୁ ପ୍ରଧାନଙ୍କ ତତ୍ୱାବଧାନରେ ବିଶ୍ୱ ପଖାଳ ଦିବସରେ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ସୈନିକ ସଂଘ, ଆଇନଜୀବି ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପଖାଳ ଓଡିଆଙ୍କ ପ୍ରିୟ ଖାଦ୍ୟ ଭାବରେ ଗଣା ଯାଉଥିବା ବେଳେ ପୁରପଲ୍ଲୀରେ ଘରେ ଘରେ ପଖାଳ କଂସା ଓଡିଆ ସଂସ୍କୃତିର ପରିଚୟ ସୃଷ୍ଟି କରିଛି । ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ରୂପେ ପାଳନ କରାଯାଉଛି । ଏହି ପରୀପ୍ରେକ୍ଷିରେ ଆଜି ଉପଜିଲାପାଳ ଆବାସିକ କାର୍ଯ୍ୟାଳୟ ପରିସରରେ ଏହି ଦିବସକୁ ପାଳନ କରାଯାଇଥିଲା ।