ନିମ୍ନମାନର ସିମେଣ୍ଟ ଇଟାରେ ଘର କରି ପସ୍ତଉଛନ୍ତି ମାଲିକ 


ାା ପ୍ରଭାନୁ୍ୟଜ ।ା ରସୁଲୁପୁର : ସମାଜରେ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର ଓ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦରକାର । ଯାହା ମାନବ ସମାଜର ଅତ୍ୟାବଶ୍ୟକ ଅଟେ । ଘର ଖଣ୍ଡେ କରିବାକୁ କେତେ ଯେ ସେ କଷ୍ଟ ରିବାକୁ ପଡ଼ିଥାଏ ତାହା ସମସ୍ତଙ୍କୁ ଜଣା । ଘରର ମୂରବୀ ମୁଣ୍ଡ ଝାଳ ତୁ ଣ୍ଡରେ ମାରି ନିଜର କଷ୍ଟ ଉପାର୍ଜିତ ଅର୍ଥରୁ ଘର ଖଣ୍ଡେ କରିଥାଏ । ସେହି ଘର ଯଦି ନିମ୍ନ ମାନର ଇଟାରେ ତିଆରି ହୋଇ ଦୁଇ, ତିନି ବର୍ଷରେ ବିପଦ ସଙ୍କୁଳ ହୁଏ କାନ୍ଥ ଫାଟି ପ୍ଲାଷ୍ଟର ଖସି ଘର ଦୁର୍ବଳ ହୁଏ ଘର ମାଲିକ ସବୁବେଳେ ଚିନ୍ତାରେ ରହିଥାଏ । ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି ରସୁଲପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ କରଞ୍ଜିଆରି ଗ୍ରାମର କ୍ଷେତ୍ରବାସୀ ଦତ୍ତ । ଚାଷ କାମ ସାଙ୍ଗକୁ ଘର ନିକଟରେ ଛୋଟ ତେଜରାତି ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଅନେକ ଦିନରୁ ସଞ୍ଚିତ୍ ଅର୍ଥରେ ୨୦୨୧ ମସିହାରେ ଘର ଖଣ୍ଡେ ନିର୍ମାଣ କରିଥିଲେ । ଘର ନିକଟ ଆଦମପୁରରେ ଥିବା ଏସଏସବି ସିମେଣ୍ଟଇଟା କାରଖାନାରୁ ୧୦ ଟ୍ରିପ ଇଟା କିଣି ୮ଲକ୍ଷ ଟଙ୍କା ବୟରେ ଘର କରିଥିଲେ । ସେହି ନିମ୍ନମାନର ଇଟାରେ ଘର ନିର୍ମାଣ ହୋଇଥିବାରୁ ୩ ବର୍ଷ ପରେ ଘର କାନ୍ଥ ଫଟି ଇଟା ଗଲୁଛି । ସେହି ଘରେ ପରିବାର ଲୋକେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି । କ୍ଷେତ୍ରବାସୀ ବାରମ୍ବାର କାରଖାନା ମଲିକ ରମେଶ ବେହେରାଙ୍କୁ ଅଭିଯୋଗ କରିବାର ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି । କାରଖାନା ମାଲିକ ଶ୍ରୀ ବେହେରାଙ୍କୁ ଏ ବିଷୟରେ ପଚାରିବାରୁ ସବୁ ଲୋକଙ୍କ ଘର କାନ୍ଥ ଫଟିଲେ ମୁଁ କଣ କରିବି ବୋଲି ଅଭିଯୋଗକୁ ଏଡେଇଯାଛନ୍ତି । ଅନ୍ୟପକ୍ଷରେ ଘର ମାଲିକ ଶ୍ରୀ ଦତ ଆଇନର ଆଶ୍ରୟ ନେଇକୁଆଖିଆ ଥାନାରେ କାରଖାନା ମାଲିକ ରମେଶ ବେହେରା ନାମରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସେହି ଗ୍ରାମର ସରୋଜ କୁମାର ରାଉତ ୫ ଗାଡ଼ି ଇଟା କିଣି ଘର କରିଥିଲେ ତାଙ୍କ ଘର ଫାଟି ଗଲିପଡିଲାଣି ସେ ମଧ୍ୟ କାରଖାନା ମାଲିକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କାରୀଙ୍କ କହିବା କଥା ନ୍ୟାୟ ପାଇବା ପାଇଁ ପୁଲିସ ପ୍ରଶାସନ ନି ଦୃଷ୍ଟି ଆକର୍ଷଣ କରିଛୁ ଯଦି ପୁଲିସ ବ ପକ୍ଷରୁ କିଛି ପଦକ୍ଷେପ ନ ନିଅନ୍ତି ଆମେ ସପରିବାର କାରଖାନା ଆଗରେ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି ।