ନଷ୍ଟ ହେଉଛି ପୁଲିସ ଚେକ୍ ପୋଷ୍ଟ
ଖଣ୍ଡପଡା : ବିଭିନ୍ନ ସମୟରେ ଯାନବାହନ ଯାଂଚ ଓ ଧରପଗଡ ନିମନ୍ତେ ଖଣ୍ଡପଡା ପୋଲିସ ଦ୍ୱାରା ବ୍ୟବହୃତ ଚେକିଂ ପୋଷ୍ଟ ଗୁଡିକ ଏବେ ଆଉ କାର୍ଯ୍ୟରେ ନଲାଗି ରାସ୍ତା ପାଶ୍ୱର୍ରେ ପଡିରହି ନଷ୍ଟ ହେବାରେ ଲାଗିଛି । ଏଥିପ୍ରତି ପୋଲିସ ପ୍ରଶାସନ ନଜର ଦେଉ ନଥିବା ବେଳେ ରାସ୍ତା ପାଶ୍ୱର୍ରେ ପଡି ରହି ନଷ୍ଟ ହେଉଥିବା ଚେକିଂ ପୋଷ୍ଟ ଗୁଡିକ ଉପରେ ଏବେ ଆଖପାଖ ଅଂଚଳର କବାଡିବାଲାଙ୍କ ନଜର ପଡିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ପୋଲିସ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।