ଜୟପୁରକୁ ମହାନଗର ନିଗମ ଦାବି
ଜୟପୁର : ପୌର ପରିଷଦର ପୂର୍ବତନ ପୌର ସଭ୍ୟ ସଭ୍ୟା ମାନେ ଏକ ନୂତନ କମିଟି ଗଠନ କରିଛନ୍ତି । ଏହି କମିଟି ବୈଠକରେ ପୂର୍ବରୁ ନେତୃତ୍ୱ ନେଇ ଥିବା ଏକ ଶହରୁ ଉର୍ଦ୍ଧ ପୁରୁଖା ବ୍ୟକ୍ତି ମାନେ ଯୋଗଦେଇଥିଲେ । ଏହି କମିଟି ଜୟପୁର ସହରର ବିକାଶ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବା ସହ ପୌର ପରିଷଦକୁ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପରାମର୍ଶ ଦେବାକୁ ପ୍ରୟାସ କରିବ । ଏହା ସହ ଜୟପୁରକୁ ମହାନଗର ନିଗମ କରିବାକୁ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିବା ପାଇଁ ନିଷ୍ପତି ନେଇଛନ୍ତି ଯଦି ସରକାର ଜୟପୁରକୁ ମହାନଗର ନିଗମ ନକରନ୍ତି ତେବେ ଆନେ୍ଦାଳନ କରିବାକୁ ପଛାଇବୁ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ପୂର୍ବତନ ପୌର ସଭ୍ୟ ସଭ୍ୟା ମାନେ ନିଜ ନିଜ ଅଭିଜ୍ଞତା ଉପସ୍ଥାପନା କରିଥିଲେ । ଏହି ବୈଠକରେ ମିଞ୍ଚାଷିନ ଥିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବାଲା ରାଇ,ବିନୋଦ ମହାପାତ୍ର, ଡ ସୁରେଶ ଦାସ,ମୁନ୍ନା ରଥ, ବି ପ୍ରସାଦ, ଦୁର୍ଗା ଶର୍ମା ପ୍ରମୁଖ ଆୟୋଜନ କରିଥିଲେ ।