ଜୟା ବଚ୍ଚନଙ୍କର ବିବାହ ସମ୍ପର୍କିତ ମନ୍ତବ୍ୟ
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଗତ ସପ୍ତାହରେ ବିଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କର ପତ୍ନୀ ଜୟା ବଚ୍ଚନ ଯାହାଙ୍କର ବିବାହ ପୂର୍ବନାମ ଜୟା ଭାଦୁଡ଼ି ଥିଲା ସେ ମନ୍ତବ୍ୟ ଦେଇଛନ୍ତି ଯେ, ବିବାହ ହେଉଛି ଏକ ପୁରୁଣା କାଳିଆ ଅନୁଷ୍ଠାନ ଯାହାର କୌଣସି ଆବଶ୍ୟକତା ନାହିଁ । ସାଧାରଣତଃ ଜୟା ବଚ୍ଚନଙ୍କ ପରି ଅଭିନେତ୍ରୀଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଇନଥାଏ ଓ ସେଥିପାଇଁ ଚଳଚ୍ଚିତ୍ର ଜଗତରେ ଏହାକୁ ନେଇ ବଡ଼ ଧରଣର ଆଲୋଡ଼ନ ସୃଷ୍ଟି ହେବାର କଥା, କିନ୍ତୁ ତାହା ଘଟିନାହିଁ । ଏହାର ମୁଖ୍ୟ କାରଣ କ’ଣ ସେ ବିଷୟରେ ଚିନ୍ତା କରାଯିବା ଉଚିତ । ମନ୍ତବ୍ୟରେ ଜୟା ବଚ୍ଚନ ମଧ୍ୟ ଏ କଥା କହିଥିଲେ ଯେ, ସେ ଚାହାନ୍ତିନାହିଁ ତାଙ୍କ ନାତୁଣୀ ନବ୍ୟା ବିବାହ କରୁ । ଏ ବିଷୟରେ କୁହାଯାଇପାରେ ଯେ, ଭାରତରେ ପ୍ରତ୍ୟେକ ଝିଅ ଦିନେ ବାହାହେବ ଏବଂ ବିବାହ ପୋଷାକ ପିନ୍ଧିବ, ଏ କଥା ଅତି ସାଧାରଣ କଥା । କିନ୍ତୁ ସେତିକି ବେଳେ ଏହି ଧରଣର କଥା ଜୟା ବଚ୍ଚନଙ୍କ ଦ୍ୱାରା କୁହାଯିବା ଏକ ଆଶ୍ଚର୍ଯ୍ୟର ଘଟଣା । ସେ ଏହି କଥା ଜଣେ ବିଶିଷ୍ଟ ସାମ୍ବାଦିକା ବର୍ଖା ଦତ୍ତଙ୍କୁ କହିଛନ୍ତି ତାଙ୍କର ସାକ୍ଷାତକାର ଦେଲାବେଳେ । ତାଙ୍କ ନାତୁଣୀ ନବ୍ୟା ବାହାହେଉ ବୋଲି ସେ ଚାହାନ୍ତି ନାହିଁ । ସେ କହିଛନ୍ତି ଜୀବନକୁ ଉପଭୋଗ କରିବା ପାଇଁ । ତାଙ୍କର ଏହି ଗୋଟିଏ ବାକ୍ୟ ଇଣ୍ଟରନେଟ୍ରେ ବହୁତ ଆକାରରେ ବ୍ୟାପିଛି ।
ମହିଳାମାନେ ସେ ବିଷୟରେ ମନ୍ତବ୍ୟ ଦେଇଛନ୍ତି, ଯେଉଁମାନେ ତାଙ୍କ ସହ ପ୍ରାୟ ଏକମତ ହୋଇଛନ୍ତି । ପୁରୁଷମାନେ ଅବଶ୍ୟ ଏଭଳି ମନ୍ତବ୍ୟରେ ଅସନ୍ତୁଷ୍ଟ ହୋଇଛନ୍ତି । ସେମାନେ ଖୋଳି ଖୋଳି ଚଳଚ୍ଚିତ୍ର ଅଭିନେତ୍ରୀ ରେଖାଙ୍କ ସହ ଅମିତାଭ ବଚ୍ଚନଙ୍କ ସମ୍ପର୍କକୁ ଉଛାଳିଛନ୍ତି । କାରଣ ରେଖା ତାଙ୍କ ସହିତ ନିର୍ବନ୍ଧ କରିବା ଛଡ଼ା ଆଉ ସବୁ ପ୍ରକାର ସମ୍ପର୍କ ରଖିଥିଲେ । ଜୟା ବଚ୍ଚନ ମୁଖ୍ୟତଃ ସେହି କଥା ଉପରେ ଏଭଳି ମନ୍ତବ୍ୟ ଦେଇଥିବାର ଆଶା କରାଯାଉଛି । ଏ ବର୍ଷର ଜାନୁଆରୀ ମାସରେ ଓୱାଇଓ ହୋଟେଲ ମାଳା ଏହାର ନୀତିକୁ କେତେକ ସହରରେ ବଦଳେଇଥିଲା । କେତେକ ହୋଟେଲରେ ସ୍ଥାନୀୟ ଅବସ୍ଥାନ ପାଇଁ ଅବିବାହିତ ବା ଅସମ୍ପୃକ୍ତ ଦମ୍ପତିମାନଙ୍କୁ ମଧ୍ୟ ରହିବାକୁ ଅନୁମତି ଦିଆଯାଏନାହିଁ । ଏ କଥା ସେହି ହୋଟେଲର ୱେବ୍ସାଇଟ୍ରେ ଲେଖାଯାଇଛି । ଓୱାଇଓ ହୋଟେଲ ମାଳାର ପ୍ରାରମ୍ଭିକ ଅବସ୍ଥାରେ ଖୋଲା ହୃଦୟ ଥିଲା ଅବିବାହିତ ଦମ୍ପତିମାନଙ୍କ ସମ୍ପର୍କରେ । ଏପରି ଗୋଟିଏ ଉଦ୍ଦେଶ୍ୟ ରହିନଥିଲା ଯାହା ହେଉଛି ଗୋଟିଏ ପ୍ରଗତିଶୀଳ ଉଦ୍ଦେଶ୍ୟ । ସାଧାରଣତଃ ଏହା ଦେଖାଇଥିଲା ଗୋଟିଏ ଅଭିବୃଦ୍ଧି ସମ୍ପନ୍ନ ଶିଳ୍ପର । ଏଥିରେ ନୀତିର ପରିବର୍ତ୍ତନ ହୋଇଥିଲା ଏବଂ ଅବିବାହିତ ଦମ୍ପତିଙ୍କୁ ଗ୍ରହଣ ନ କରିବା ନୀତି ଥିଲା ଏହା ସମାଜରେ ଗ୍ରହଣଯୋଗ୍ୟ ଘଟଣା । ଏହା ଥିଲା ସମସ୍ୟାର ସବୁଠାରୁ ବଡ଼ କାରଣ । ସାମାଜିକ ଗ୍ରହଣଯୋଗ୍ୟତା ନାରୀମାନଙ୍କୁ ପୁରୁଷମାନଙ୍କ ନିକଟରେ ଏକ ପ୍ରକାର ବାନ୍ଧି କରି ରଖିଥାଏ । ବିବାହ ଛଡ଼ା ଅନ୍ୟ କୌଣସି କଥା ପୁରୁଷ ସାଙ୍ଗରେ ସ୍ତ୍ରୀକୁ ଏତେବେଶୀ ପରିମାଣରେ ବାନ୍ଧି କରି ରଖିନଥାଏ । ଏହା ହେଉଛି ଗୋଟିଏ ପ୍ରକାରର ଜାଲ ଯାହାକୁ ଜୟା ବଚ୍ଚନ ଇଙ୍ଗୀତ କରୁଛନ୍ତି । ଗତ ଡିସେମ୍ବର ମାସରେ ବଚ୍ଚନଙ୍କର ବର୍ଦ୍ଧିଷ୍ଣୁ ପରିବାର ଗୋଟିଏ ଜାଗାରେ ନିଜର ଝିଆରୀର ବାହାଘର ବେଳେ ସମସ୍ତେ ଏକଜୁଟ ହୋଇଥିଲେ । ଏହା ସେମାନଙ୍କୁ ଅଭିଜ୍ଞତା ଦେଇଥିଲା ଯେ, ସମାନ ଭାବରେ ସମସ୍ତେ ଆନନ୍ଦିତ ହୋଇଥିଲେ ଏବଂ ମୁହଁ ଶୁଖାଇଥିଲେ ମଧ୍ୟ । କାରଣ ବୋହୂଟି ଅନେକ କମ୍ ବର୍ଷର ହୋଇଥିଲା । ଏ ସମ୍ପର୍କରେ ପ୍ରଶ୍ନ ଉଠିଥିଲା ତା’ର ବୟସକୁ ନେଇ । ତାକୁ ପଚରାଯାଇଥିଲା ଯେ, ତୁମେ କେବେ ବିବାହ କରିବ ।
ସେତେବେଳେ ସବୁ କୋଣରୁ ଏହି ପ୍ରଶ୍ନ ପଚରାଯାଇଥିଲା, ଯାହାକି ଭାବପ୍ରବଣ କଥା ଥିଲା ଏବଂ ଏଥିରେ ଗୋଟିଏ ଅପରାଧ ବୋଧ ମଧ୍ୟ ଥିଲାଭଳି ମନେହେଉଥିଲା । ଯେଉଁଥିରେ ଗରିବ ବାପମା’ଙ୍କ କଥା ଉଠିଥିଲା, ସେମାନଙ୍କର ସ୍ୱପ୍ନର କଥା ମଧ୍ୟ ଉଠିଥିଲା ଏବଂ ଏଥିରେ ମଧ୍ୟ ବାସ୍ତବ ପ୍ରଶ୍ନ ଉଠିଥିଲା, ତୁମେ ଏକୁଟିଆ ରହିବାକୁ ନେଇ ଭୟଭୀତ କି ? ଏ ବିଷୟରେ ନମ୍ର ଭାବରେ କଥା ମଧ୍ୟ ହୋଇପାରେ । କିନ୍ତୁ ଏ ଧରଣର ଘଟଣା ସବୁ ମନେପକାଇ ଦେଉଥିଲା ବିବାହର ଧାରଣା କାହିଁକି ଦୃଢ଼ ଭାବରେ ଲୋକଙ୍କ ମନ ଭିତରେ ବସିନାହିଁ । ଏଥିପାଇଁ ଏହାକୁ ଅନ୍ୟମାନଙ୍କ ପାଖରୁ ଅର୍ଥାତ୍ ବାପମା’ଙ୍କ ପାଖରୁ ଅଣାଯାଇଛି । ଏହା ହେଉଛି ନାରୀ ଘୃଣାକାରୀ ଅନୁଷ୍ଠାନ ଅର୍ଥାତ୍ ନାରୀକୁ ଛୋଟ ଦେଖାଇବା ହେଉଛି ଏହାର ମନୋବୃତ୍ତି । ଏଥିପାଇଁ କୁହାଯାଏ ଯେ, ବାହାହେଲା ପରେ ନାରୀମାନେ ତାଙ୍କର ଘରର ନାମକୁ ବଦଳାଇଦେଇ ସ୍ୱାମୀର ସାଙ୍ଗିଆକୁ ଗ୍ରହଣ କରିବେ । ପରିବାରମାନଙ୍କରେ ଏହି କଥାକୁ ନେଇ ସୀମାହୀନ ଯୁକ୍ତିତର୍କ ଚାଲିଥାଏ । କିନ୍ତୁ ଏହାର ବଡ଼ ସମସ୍ୟା ହେଉଛି ବିଭିନ୍ନ ଢ଼ାଞ୍ଚା ଥାଏ ଯାହାକି ବିବାହ ଚାରିପଟରେ ଗଢ଼ି ଉଠିଥାଏ । ଏକୁଟିଆ ରହୁଥିବା ନାରୀମାନେ ନିୟମିତ ଭାବରେ ଅତି ବିଚିତ୍ର ବିରୋଧର ସମ୍ମୁଖୀନ ହୁଅନ୍ତି । ସେଥିପାଇଁ ନାରୀର ବୈବାହିକ ମର୍ଯ୍ୟାଦା ହେଉଛି ପ୍ରାସଙ୍ଗିକ କାରଣ ବିବାହର ପଦ ମର୍ଯ୍ୟାଦା ତା’ ପାଇଁ ଅତି ମହତ୍ୱପୂର୍ଣ୍ଣ ,ଯେତେବେଳେ ଜଣେ ଲୋକ ତା’ ଘରଟିକୁ ଭଡ଼ା ଦେଇଥାଏ । ନିକଟ ଅତୀତରେ ଜଣେ ପ୍ରସିଦ୍ଧ ମହିଳାକୁ ସେଥିପାଇଁ ଅନ୍ୟ ଦେଶରୁ ଭିସା ମିଳିଲା ନାହିଁ କାରଣ ସେ ମହିଳାଙ୍କର ନିଜ ଦେଶ ସହ ଏତେଟା ସମ୍ପର୍କ ନଥିଲା । ସାଧାରଣତଃ ଦେଖାଯାଇଥାଏ ଗୋଟିଏ ପରିବାରରେ ଓ ବନ୍ଧୁମାନେ ଏବଂ ସେମାନଙ୍କ କ୍ୟାରିୟର ସମ୍ପୂର୍ଣ୍ଣ ଭାବରେ ବ୍ୟର୍ଥ ହୋଇଯାଏ ଯେତେବେଳେ ସେ ବିବାହ କରେ ଓ ବିବାହିତା ନାରୀର ଡାକ୍ତରୀ ଚିକିତ୍ସା ଖର୍ଚ୍ଚର ଆବଶ୍ୟକତା ହୁଏ । ଅବିବାହିତ ପୁରୁଷ ସମ୍ପର୍କରେ ଏପରି କଥା କୁହାଯାଇନପାରେ । ଯେତେବେଳେ ଘର ପାଇଁ ଋଣ ଦିଆଯାଏ ସେତେବେଳେ ଏହି ଋଣଟି କେବଳ ଋଣକାରୀ ସୁଝେ ନାହିଁ ତା’ର ସ୍ୱାମୀ ବା ସ୍ତ୍ରୀ ମଧ୍ୟ ଏହାକୁ ଶୁଝିଥାଏ । କିନ୍ତୁ ଗୋଟିଏ ଅବିବାହିତ ବ୍ୟକ୍ତି କ୍ଷେତ୍ରରେ ଯିଏ କେବଳ ଋଣ କରିଥାଏ ସେ ହିଁ ତାହାକୁ ଶୁଝେ ।ଏହାକୁ ନଜରଅନ୍ଦାଜ କରି ଦେଖିହେବନାହିଁ । ଏହା ଜଣକ ପ୍ରତି ବିଦ୍ୱେଷ ବୋଲି କହିହେବନାହିଁ।
ନାରୀର ଅଭ୍ୟୁତ୍ଥାନ
ସାମାଜିକ ଗଣମାଧ୍ୟମର ଯୁଗରେ ପାଶ୍ଚାତ୍ୟ ସଂଗୀତରେ ଆଗ୍ରହୀ ଥିବା ନାରୀର ମର୍ଯ୍ୟାଦା ବଢ଼ିବାରେ ଲାଗିଛି ଏବଂ ସେହି ଧରଣର ନାରୀ ବର୍ତ୍ତମାନ ଫେରିଆସିଛନ୍ତି । ଏହି ଧରଣର ନାରୀ ଯିଏକି ପୁରୁଣାକାଳିଆ ସମାଜର ଭୂମିକା ନିଅନ୍ତି ସେମାନେ ହେଉଛନ୍ତି ଗୃହିଣୀ । ଏହିମାନଙ୍କ ଯୋଗୁଁ ପାରିବାରିକ ଜୀବନରେ ଆନନ୍ଦ ଆସିଥାଏ । ସେହି ଜୀବନଶୈଳୀ ଆସେ ଗୋଟିଏ ଭଲପାଉଥିବା ସ୍ୱାମୀ ଦ୍ୱାରା, ଯିଏକି ଗୋଟିଏ ସୁନ୍ଦର ଘର ତିଆରି କରିଥାଏ ଏବଂ ସେଥିରେ ଐଶ୍ୱରୀକ ସୌନ୍ଦର୍ଯ୍ୟ ଥାଏ । ସେମାନେ ଅତି ଛୋଟ ସ୍ତରରୁ ପରିବାରକୁ ବଢ଼ାଇଥାନ୍ତି ଏବଂ ଖାଦ୍ୟପେୟର ବ୍ୟବସ୍ଥା କରିଥାନ୍ତି । କିନ୍ତୁ ସେମାନେ ପାଇଖାନା ସଫା କରନ୍ତି ନାହିଁ ଏବଂ ପାହାଡ଼ ପ୍ରମାଣ ଅଇଁଠା ବାସନ ବ୍ୟବହାର କରନ୍ତି ନାହିଁ । ଏହାର ମୁଖ୍ୟ କାରଣ ହେଲା ପାଶ୍ଚାତ୍ୟ ସଂଗୀତରେ ଅଭ୍ୟସ୍ତ ନାରୀ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ କାମ କରିବା ପାଇଁ ସେହି ସୂତ୍ରରେ ବନ୍ଧା । ଏହି ନିର୍ଦ୍ଦିଷ୍ଟ କାମଟି ହେଲା ନାରୀତ୍ୱ । ଏହାକୁ ଅନେକ ବ୍ୟକ୍ତି ଲିଜର କ୍ଲାସ୍ ବୋଲି କହନ୍ତି । ସେମାନେ ଉତ୍ପାଦନ କାର୍ଯ୍ୟ କରିବା ପାଇଁ ଅଭ୍ୟସ୍ତ ନୁହନ୍ତି । ସେମାନେ ଗୋଟିଏ ଏଭଳି ପଦମର୍ଯ୍ୟାଦାର ସଂକେତ ଦିଅନ୍ତି ଯାହା ସ୍ପଷ୍ଟ ଦେଖାଯାଏ, ଯାହା ଖାଉଟି ଦ୍ରବ୍ୟ ସହିତ ସମ୍ପୃକ୍ତ । ସେ ମଧ୍ୟ ସାଧାରଣ ପ୍ରକାରର ଆରାମ ଗ୍ରହଣ କରିବାକୁ ଚାହେଁ । ଏହା ନାରୀତ୍ୱର ବାଛବିଚାରରୁ ସାଧାରଣତଃ ଆସିଥାଏ ଏବଂ ଏହା ହେଉଛି ନାରୀତ୍ୱର କଥା । ସେଥିପାଇଁ ଅନେକ ସମୟରେ ନାରୀ ଶ୍ରମ କରିବାରେ ଏତେଟା ଅଭ୍ୟସ୍ତ ହୋଇନଥାଏ । କେବଳ ଯେଉଁ କାର୍ଯ୍ୟ ସେ କରିପାରିବେ ସେହିଥିରେ ସେ ଅଭ୍ୟସ୍ତ ଥାନ୍ତି ।
ଏହାର ଅର୍ଥ ହେଉଛି ଏ ସମ୍ପର୍କରେ ଅନେକ ଭିଡିଓ ଦେଖାଯାଏ ଯେଉଁଥିରେ କି ନାରୀ ସମ୍ପୂର୍ଣ୍ଣ ସମ୍ପୃକ୍ତ ବୋଲି କୁହାଯାଇଥାଏ । ନାରୀର ଏ ସମ୍ପର୍କରେ ସମ୍ଭାବନା ଅଛି ଏହି ଯେଉଁ ପ୍ରଗତିଶୀଳ ଚକ ଅଛି ତାକୁ ବୁଲାଇବାରେ । ଆମେ ଏଥିରେ ଭଲ କରି ଜାଣୁ ଯେ, ଭାରତର ଅନେକ ସ୍ତ୍ରୀ କାମ କରନ୍ତି ନାହିଁ ବାହାଘର ପରେ । କାରଣ ସେମାନଙ୍କୁ ପିଲାର ଯତ୍ନ ନେବାକୁ ପଡେ଼ । ବୟସ୍କ ଲୋକମାନଙ୍କର ଯତ୍ନ ନେବାକୁ ପଡେ଼ ଏବଂ ଘରକୁ ଚଳାଇବାର ଗୋଟିଏ ବଡ଼ ଧରଣର ଚାପ ତା’ ଉପରେ ପଡ଼ିଥାଏ । ବେଳେ ବେଳେ ସେ ଚାକିରି ମଧ୍ୟ କରେ । ପୁରୁଷ ହେଉଛି ସମାଜରେ ସବୁବେଳେ ସମ୍ପୃକ୍ତ । ସେ ରୋଜଗାର କରେ ଓ ଘର ଚଳାଏ । ମୁଖ୍ୟତଃ ପୁରୁଷମାନେ ଘରକୁ ଅର୍ଥ ଯୋଗାଇବାରେ ସମ୍ପୃକ୍ତ ଯେପରି କି ଘର ସେଥିରେ ଚଳିପାରିବ । ଏବେ ହୁଏତ ସେହି ଭୂମିକା ବଦଳିବାରେ ଲାଗିଛି । କିନ୍ତୁ ତାହା ଅତି ଅଳ୍ପ ବଦଳିଛି, ବହୁ ବଦଳିନାହିଁ । ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ଯେ, ଇତିହାସରେ ବିବାହର ଅର୍ଥ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଜମି ଓ ସମ୍ପତ୍ତିର କଥା । ଏ କ୍ଷେତ୍ରରେ ନାରୀର ଯୁକ୍ତିତର୍କ କରିବାର ରାସ୍ତା ନଥାଏ । ରାଜକୀୟ ଝିଅମାନଙ୍କୁ ଏକ ପ୍ରକାର ପଣ୍ୟଦ୍ରବ୍ୟ ରୂପେ ବଣ୍ଟାକୁଣ୍ଟା କରାଯାଉଥିଲା ରାଜନୈତିକ ଚୁକ୍ତି ପାଇଁ । ଯେଉଁ ନାରୀମାନଙ୍କୁ ଅଧିକାର କରାଯାଉଥିଲା ସେମାନଙ୍କୁ ଯୁଦ୍ଧ ପରେ ଯୁଦ୍ଧର ଲାଭ ହିସାବରେ ନିଆଯାଉଥିଲା । ଯିଏ ଜିତୁଥିଲା ସେ ତାକୁ ତା’ର ପ୍ରାଧାନ୍ୟ ବିସ୍ତାର କରି ନାରୀକୁ ନେଉଥିଲା । ରାଣୀ ପଦ୍ମାବତ କାହାଣୀରେ ବର୍ଣ୍ଣିତ ଅଛି ସେ ସତୀ ହେବା ପାଇଁ ମୃତ୍ୟୁବରଣ କରିଥିଲେ, କିନ୍ତୁ ଆଲାଉଦ୍ଦିନ ଖିଲିଜଙ୍କ ନିକଟରେ ଆତ୍ମ ସମର୍ପଣ କରିନଥିଲେ । ଏହି ବାହା ନହୋଇ ନିଅାଁରେ ପୋଡ଼ି ମରିଯିବା ହେଉଛି ଏକ ବହୁତ କଷ୍ଟକର ଘଟଣା ଯେଉଁଠି ଯୌନ ହିଂସାର କାହାଣୀ ।
ଏ କ୍ଷେତ୍ରରେ ଆତ୍ମଦାହ ବଡ଼ କଥା ହୋଇଛି । ନାରୀ ମରିବ କାରଣ ବାହାଘର ଯୋଗୁଁ । ବିବାହ ଯୋଗୁଁ ଅନେକ କ୍ଷେତ୍ରରେ ଅତ୍ୟାଚାରିତା ନାରୀ ପ୍ରାଣ ହରାଇଥାଏ । ୨୦୨୩ରେ ଭାରତରେ ୬୧୦୦ ଯୌତୁକ ମୃତ୍ୟୁର ଘଟଣା ଘଟିଥିଲା । ବିବାହରେ ନାରୀର ପ୍ରାଥମିକତାକୁ ଏବଂ ଭଲମନ୍ଦକୁ ଅନେକ ସମୟରେ ଗ୍ରହଣ କରାଯାଏନାହିଁ । କିନ୍ତୁ କୁହାଯାଏ ଯେ, ପରିବାରର ଆନନ୍ଦ ପାଇଁ ନାରୀର ଆବଶ୍ୟକତା ଅଛି । ଏ ସମ୍ପର୍କରେ ସବୁବେଳେ ଗବେଷଣା କରାଯାଇଛି । ସେତେବେଳେ ଦେଖାଯାଉଛି ଯେ, ପୁରୁଷ ବିବାହରୁ ଅନେକ ଲାଭ ପାଏ ଏବଂ ବିବାହ ଦୃଷ୍ଟିରୁ ତା’ର ଜୀବନକାଳ ବୃଦ୍ଧି ହୁଏ । ସେ ଉନ୍ନତ ସ୍ୱାସ୍ଥ୍ୟ ପାଏ ଏବଂ ତା’ର ଅର୍ଥନୈତିକ ସ୍ଥିରତା ବଢେ଼ । ବିବାହିତା ମହିଳାମାନେ ସାଧାରଣତଃ କମ୍ ବର୍ଷ ବଞ୍ଚନ୍ତି । ତାଙ୍କୁ ମଧ୍ୟ କମ୍ ବର୍ଷ ବଞ୍ôଚବାର ଆଶା ଅନ୍ୟମାନେ କରିଥାନ୍ତି । ସେମାନେ କିନ୍ତୁ ବାହାଘରର ମାନ ଉପରେ ତାଙ୍କ ଜୀବନର ସୁଖ ଦେଖିଥାନ୍ତି । ତେଣୁ କୁହାଯାଏ ଯେ, ବିବାହ ସବୁ ବଡ଼ ଧରଣର ଆନନ୍ଦ ଆଣେ ସେଇଟା ଠିକ୍ ନୁହେଁ । ଅବଶ୍ୟ ବିବାହ ଦ୍ୱାରା ପୁରୁଷ ବହୁତ ଲାଭ ପାଏ, ଏମିତି କଥା ନୁହେଁ । ଜୟା ବଚ୍ଚନଙ୍କ ସମ୍ପର୍କରେ ଏହି କଥା ମଧ୍ୟ କୁହାଯାଏ । କାରଣ ଆମେ ଜାଣୁ ହୃଦୟ ମଧ୍ୟରେ ତାଙ୍କର ଗୋଟିଏ ଧାଡ଼ି ହୁଏତ ଲେଖାଯାଇଛି ଯେ, ଜୀବନକୁ ଉପଭୋଗ କର । ସେ ଏହା କହିଛନ୍ତି ଓ ଲେଖିଛନ୍ତି ମଧ୍ୟ । ଏ କଥାକୁ ସମସ୍ତେ ଆଡେ଼ଇ ଦେବାକୁ ଚେଷ୍ଟା କରନ୍ତି । କାରଣ ଅନେକ ସ୍ତ୍ରୀମାନଙ୍କ ପାଇଁ ବିବାହ ଗୋଟିଏ ମୁକ୍ତି ନୁହେଁ ବରଂ ଏହା ହେଉଛି ଗୋଟିଏ ବଡ଼ ବନ୍ଧନ ।
E-mail: kharabelaswain@gmail.com
ମୋବାଇଲ୍ -୯୪୩୭୦୨୦୨୯୦