ଭାରତ ରତ୍ନ ଓ ଆମ ରାଜ୍ୟ
ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ହେଉଛି ଭାରତ ରତ୍ନ । ଏହା ଏକ ବହୁତ ବଡ଼ ସମ୍ମାନ ଓ ମର୍ଯ୍ୟାଦାର ପ୍ରଶ୍ନ । ମୁଣ୍ଡ ଉପରେ ନିର୍ବାଚନର ଘମାସନ ତେବେ ବିଗତ ୧୮ଦିନ ଭିତରେ ଭାରତ ସରକାର ଏଇ ଭାରତ ରତ୍ନ ତାଲିକାରେ ପାଞ୍ଚଜଣଙ୍କ ନାମକୁ ବିଚାର କରି ସମ୍ବର୍ଦ୍ଧିତ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଗତ ମାସ ୨୩ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର, ଚଳିତ ମାସ ୩ ତାରିଖରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଓ ୯ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପି.ଭି. ନରସିଂହରାଓ ଓ ସବୁଜ ବିପ୍ଳବର ଜନକ ଏମ.ଏସ. ସ୍ୱାମୀନାଥନ୍ଙ୍କ ନାମ ଘୋଷଣା ହୋଇଛି । ତେବେ ଆଶ୍ଚର୍ଯ୍ୟର ପ୍ରସଙ୍ଗ ଗତ ୨୫ବର୍ଷ ଧରି ଓଡ଼ିଶା ଦାବି କରି ଆସୁଥିବା ଭାରତ ରତ୍ନ ସମ୍ମାନ ଦାବିକୁ କେନ୍ଦ୍ର ଅଣଦେଖା କରୁଛନ୍ତି । କିମ୍ବଦନ୍ତୀ ରାଜନେତା, ରାଷ୍ଟ୍ରନାୟକ, ବିଜୁ ବାବୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉକ୍ରଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଉକ୍ରଳ ଗୌରବ ମଧୁସୂଦନ ଦାସ ଓ ଉକ୍ରଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି ରହିଛି । ସେହିପରି ଭାରତ ବର୍ଷର ସ୍ୱାଧୀନତା ପାଇଁ କ୍ରାନ୍ତିକାରୀ ବହ୍ନିର ପ୍ରଜ୍ଜ୍ୱଳିତ ଶିଖା ପ୍ରଥମ ଶହୀଦ ଜୟୀରାଜଗୁରୁ, ପ୍ରଥମ ସ୍ୱାଧୀନତା ଆନେ୍ଦାଳନର କର୍ଣ୍ଣଧାର ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏଙ୍କ ନାମ ମଧ୍ୟ ରହିଛି । କିନ୍ତୁ କେଜାଣି କାହିଁ ଓଡ଼ିଶାବାସୀ ଏହି ବର୍ଷ ବର୍ଷର ସମ୍ମାନ ଓ ହକ୍ରୁ ବଞ୍ଚôତ ହେଉଛନ୍ତି । ଚଳିତ ଥର ପାଞ୍ଚ ପାଞ୍ଚ ଜଣଙ୍କର ନାମ ଘୋଷଣା ଭିତରେ କ'ଣ ଓଡ଼ିଶାର କୌଣସି ଯୋଗ୍ୟ ବ୍ୟକ୍ତିତ୍ୱ ମିଳିଲେ ନାହିଁ । ଆଡ଼ଭାନୀଙ୍କୁ ସମ୍ମାନ ଦେଇ ବିଜେପି ତାର ଯୋଗ୍ୟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କଲା । ଚୌଧୁରୀ ଚରଣ ସିଂହ ଜଣେ ମହାନ କୃଷକ ନେତା ଥିଲେ ଓ ସ୍ୱାମୀନାଥନଙ୍କ ପରି କୃତବିଦ୍ୟ କୃଷି ବିଶେଷଜ୍ଞଙ୍କୁ ସମ୍ବର୍ଦ୍ଧିତ କରି କେନ୍ଦ୍ର ସରକାର ଚାଷୀ ଆନେ୍ଦାଳନ ପାଇଁ ବଡ଼ ନିର୍ବାଚନୀ ଚାଲ ଖେଳିଲେ । ତେବେ ନରସିଂହରାଓଙ୍କୁ ଭାରତ ରତ୍ନ ଦେଇ କଂଗ୍ରେସର ଅସନ୍ତୁଷ୍ଟ ଓ ସ୍ୱାଧୀନ ଚେତା ବର୍ଗର ଭୋଟ ବିଜେପି ହାତେଇବ ନିଶ୍ଚିନ୍ତ । ସେହିପରି ଚରଣ ସିଂହଙ୍କୁ ସମ୍ମାନ ଦେଇ ରାଷ୍ଟ୍ରୀୟ ଲୋକଦଳଙ୍କୁ ନିଜ ପଟକୁ ଆଣିବା ସହ ଇଣ୍ଡିଆ ମେଣ୍ଟଙ୍କୁ ବିଜେପି ଶକ୍ତିଶାଳୀ ଝଟକା ଦେଇଛି । ଏସବୁ ତ ରାଜନୀତିର କଥା । ୨୦୨୦ ମସିହାରେ ରାଜ୍ୟ ସଭାରେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ଏହି ଦାବି ଉଠାଇଥିଲେ ଓ ୨୦୨୧ରେ ବିଧାନସଭାରେ ମଧ୍ୟ ସର୍ବସମ୍ମତ ଭାବେ ଏହି ଦାବି ଉଠିଥିଲା । ୨୦୧୪ରେ ଦଳର ୧୭ତମ ପ୍ରତିଷ୍ଠା ଦିବସରେ ସମସ୍ତ ସାଂସଦ ଓ ବିଧାୟକମାନେ ଏହି ଦାବି ଉଠାଇଥିଲେ । ତେବେ ଅନେକ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ଓଡ଼ିଶାରେ ବିଜେଡ଼ି ବିଜେପିର ମେଣ୍ଟ ସରକାର ଥିଲା ଓ ବିଜେପି ସହ ଏଯାବତ୍ ବିଜେଡ଼ିର ସୁସମ୍ପର୍କ ରହିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ବିଜେଡ଼ିର ସାହାଯ୍ୟ ନେଉଛି । ପୂର୍ବ ସରକାର ତୁଳନାରେ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସହଯୋଗ ଓ ପର୍ଯ୍ୟାପ୍ତ ଅନୁଦାନରେ ଓଡ଼ିଶାର ଅନେକ କ୍ଷେତ୍ରରେ ବିକାଶ ହୋଇଛି । ଏହା ଅବଶ୍ୟ ନିଃସନେ୍ଦହ ବିଜୁ ବାବୁ ହୁଅନ୍ତୁ ବା ଗୋପବନ୍ଧୁ, ବୀର ସୁରେନ୍ଦ୍ର ସାଏ ହୁଅନ୍ତୁ ବା ହରେକୃଷ୍ଣ ମହତାବ ଏ ସମସ୍ତେ ଏ ସମସ୍ତଙ୍କର ସାମଗ୍ରିକ ଜୀବନ ଚେତନା, ଆଦର୍ଶ ଓ ଓଡ଼ିଶା ପ୍ରତି ଭଲପାଇବା ଭାରତ ରତ୍ନ ଠାରୁ ବହୁତ ଊଦ୍ଧ୍ୱର୍ରେ । ଭାରତ ରତ୍ନ ଏମାନଙ୍କ ବ୍ୟକ୍ତିତ୍ୱ ମାପକାଠି ଆଗରେ କିଛି ନୁହେଁ । କିନ୍ତୁ ମାତ୍ର ୧୮ ଦିନରେ ପାଞ୍ଚ ପାଞ୍ଚ ଜଣ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ମିଳିଥିବାବେଳେ ଓଡ଼ିଶାରେ କୌଣସି ଜଣଙ୍କ ବ୍ୟକ୍ତିତ୍ୱ ଓ ଆଦର୍ଶକୁ ସମ୍ମାନ ନ ମିଳିବା ଘୋର ପରିତାପର ବିଷୟ ।ତେଣୁ ଦଳ, ମତ, ନିର୍ବିଶେଷରେ ଏହି ଭାବନାଟା ଜାଗ୍ରତ ହେବା ଉଚିତ । ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶାର ଉପରୋକ୍ତ ବରପୁତ୍ରଙ୍କ ନାମ ବିଚାର କରି ସେମାନଙ୍କ ବ୍ୟକ୍ତିତ୍ୱର ମହାନତାକୁ ସମ୍ମାନ ପୂର୍ବକ ତୁରନ୍ତ ଭାରତ ରତ୍ନ ପ୍ରଦାନ କରାଯାଉ ।
ଇଂ.ପ୍ରକାଶ କୁମାର ଭୂୟାଁ,ସୌମ୍ୟସାଇ ସିଦ୍ଧାର୍ଥ
ମୋ: ୬୩୭୦୩୩୮୩୦୪/ ୯୦୯୦୦୫୧୫୪୩