ଜୟ ଜଗନ୍ନାଥ ମହୋତ୍ସବ ଉଦ୍ୟାପିତ 

 କବାଟବନ୍ଧ:  ତିନିଦିନ ଧରି ଚାଲିଥିଲା ଜୟ ଜଗନ୍ନାଥ ମହୋସôବ ଉଦ୍ୟାପିତ ହୋଇଛି । ଧର୍ମଶାଳା ବ୍ଲ୍ଳକ ମଧୁପୁରଗଡ ପଞ୍ଚାୟତ ଭୁବନପୁର ଗ୍ରାମରେ ଶ୍ରୀ ରାଧାକୃଷ୍ଣ ମହାପ୍ରଭୂଙ୍କ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବରେ ଅନୁଷ୍ଠିତ ଜୟ ଜଗନ୍ନାଥ ମହୋତ୍ସବ ମଞ୍ଚରେ ଓଡିଆ ଚଳଚିତ୍ର ‘କର୍ମ’ ର ‘ନାୟୀକା, ‘ମାଲ୍ୟଗୀରୀ’ର ସହ ନାୟିକା ଏବଂ ‘ଡାଲଚିନି’ ଫିଲ୍ମି ପାଇଁ ୩୩ତମ ରାଜ୍ୟ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନପ୍ରାପ୍ତ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ସମାଜସେବୀ ସନ୍ତୋଷ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ନିର୍ମଳ ଚନ୍ଦ୍ର ସାମଲ ପ୍ରମୁଖ ଏହି ସମ୍ମାନ ପ୍ରଦାନ କରିଥିଲେ । ତୋ ବିନା ଗୋପଦାଣ୍ଡ ମନା ରେ କାଳିଆ ସୁନା ଭଜନରେ ସୂର୍ଯ୍ୟମୟୀ ଓଡିଶୀ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା । ଉଦ୍ୟାପନୀ ସନ୍ଧ୍ୟାରେ ରାଜ୍ୟର ଆଗୁଆ ନୃତ୍ୟ ଅନୁଷ୍ଠାନ କୋକିଳା ଡ୍ୟାନ୍ସ ଏକାଡେମୀ ଏବଂ ବ୍ରଜେଶ୍ୱରୀ ନୃତ୍ୟ କଳା ସଂସଦର ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟ ଅଗଣିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆନନ୍ଦିତ କରିଥିଲା । ଭଜନ ଗାୟକ ଶିବନନା ଏବଂ ସସ୍ମିତା ମିଶ୍ରଙ୍କ ତରଫରୁ ଭଜନ ସନ୍ଧ୍ୟା କାର୍ଯକ୍ରମରେ ଭଜନ ପରିବେଷଣ ହୋଇଥିଲା । ଏଥିରେ କଣ୍ଠଶିଳ୍ପୀ ସସ୍ମିତା ମିଶ୍ରଙ୍କୁ ଯାଜପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୀତାକାନ୍ତ କାନୁନଗୋ, ସମାଜସେବୀ କାହ୍ନୁ ଚରଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଜୟ ଜଗନ୍ନାଥ ସମ୍ମାନ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପିକା ଡ଼ ଚନ୍ଦ୍ରକଳା ନାୟକ ସ୍ୱାଗତ ଭାଷଣ, ମାନସ ରାଞ୍ଜନ ବିଶ୍ୱାଳ ପ୍ରାରମ୍ଭିକ ସୂଚନା, ସାମ୍ବାଦିକ କାର୍ତିକ ସାଇଁ ବିବରଣୀ ପାଠ ଏବଂ ସମାଜସେବୀ ସବ୍ୟସାଚୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡିଆ ସଂସ୍କୃତି ଓ ଭାଷା ସାହିତ୍ୟ ଉପରେ ଗଭୀର ପାଣ୍ଡିତ୍ୟ ହାସଲ କରିଥିବା ଗାୟକ ଉଜ୍ଜଳ ବିଜୟ ଓଝାଙ୍କ ପାଲା ଉପସ୍ଥିତ ପାଲାପ୍ରେମୀ ମାନଙ୍କ ବେଶ ଆକର୍ଷିତ କରିଥିଲା । ପାଲାଗାୟକ ବିଜୟ କୁମାର ଓଝାଙ୍କୁ ଚଳିତ ବର୍ଷର ତୃତୀୟ ଜୟ ଜଗନ୍ନାଥ ସମ୍ମାନ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ପ୍ରଦାନ କରିଥିଲେ । ଆବାହକ ସତୀଶ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମାନ ପ୍ରଦାନ ଉତ୍ସବରେ ଅମର ଶତପଥୀ କହିଥିଲେ ଯେ, ଜୟ ଜଗନ୍ନାଥ ମହୋତ୍ସବ ଏକ ମହାନ ଏବଂ ନିଆରା ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଏହି ମହୋତ୍ସବରେ ହୋଇଥିବା ମାଣ୍ଡିଆ ଖାଦ୍ୟ ଷ୍ଟଲକୁ ଶ୍ରୀ ଶତପଥୀ ଉଦ୍ଘାଟନ କରିଥିଲେ । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ ମହାପ୍ରଭୂ ରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ମହୋତ୍ସବରେ ପଲ୍ଲୀଶ୍ରୀ ମେଳାରେ ଥିବା ବିଭିନ୍ନ ପ୍ରକାରର ଦୋକାନ ବୁଲି ଦେଖୁଥିଲେ । ପଣ୍ଡିତ ଦାମୋଦର ରଥଙ୍କ ତତ୍ୱାବଧାନରେ ବହୁ ପଣ୍ଡିତ ଯୋଗଦେଇ ଯଜ୍ଞ କାର୍ଯ୍ୟର ସୁପରିଚାଳନା କରିଥିଲେ । ସର୍ବଶ୍ରୀ ସୁଧାଂଶୁ ବିଶ୍ୱାଳ, ଅଶୋକ ନାୟକ, ପ୍ରଦୀପ୍ତ ବିଶ୍ୱାଳ, ଯେଗୀଶ୍ୟମ ବିଶ୍ୱାଳ, ସମୀର ଜେନା, ମୟାଧର ବେହେରା, ପ୍ରଦୀପ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।