ଝାଡେଶ୍ୱର କଲେଜର ବାର୍ଷିକୋତ୍ସବ
ଟମକା: ଝାଡେଶ୍ୱର କଲେଜର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ପ୍ରତିଷ୍ଠାତା ସଭ୍ୟ ଦୀନବନ୍ଧୁ ପୃଷ୍ଟିଙ୍କ ସଭାପତିତ୍ୱ ଓ ଅଧ୍ୟାପକ ଦୁର୍ଯେ୍ୟାଧନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳ ସାମନ୍ତ, ବ୍ୟାସନଗର ସ୍ୱୟଂଶାସିତ ମହା ବିଦ୍ୟାଳୟର ପାକ୍ତନ ଅଧ୍ୟକ୍ଷ ପ୍ରଫେସର କୁଶ ଚନ୍ଦ୍ର ପ୍ରଧାନ, ଦାନଗଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ଯୁବ ନେତା ବିଶ୍ୱଜିତ୍ ରାଜ୍, ପ୍ରଶାନ୍ତ ରାୟ ପ୍ରମୁଖ ଯୋଗଦାନ କରିଥିଲେ । +୨ଅଧ୍ୟକ୍ଷ ପ୍ରଫେସର ଡ. ଅକ୍ଷୟ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କ୍ଷିରୋଦ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । +୩ ଅଧ୍ୟକ୍ଷ ପ୍ରଫେସର ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥବା ବେଳେ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।