ବରିଷ୍ଠ କର୍ମୀଙ୍କ ପ୍ରସ୍ତୁତି ବୈଠକ
କୁଆଖିଆ: ବରିଷ୍ଠ ଜନତାଦଳ କର୍ମୀ ମାନଙ୍କର ଏକ ବନ୍ଧୁ ମିଳନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁଧୀର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମ୍ପ୍ରତିକ ରାଜନୀତିରେ ବରିଷ୍ଠଙ୍କ ସ୍ଥିତି ଏବଂ ଆଗାମୀ ଦିନରେ ସେମାନଙ୍କ ଭୂମିକା ନେଇ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବତନ ସରପଞ୍ଚ ରବି ସାହୁଙ୍କ ପ୍ରସ୍ତାବ କ୍ରମେ ଅବିଭକ୍ତ ଧର୍ମଶାଳାର ପୂର୍ବତନ ବିଧାୟକ ଗୁରୁଚରଣ ଟୀକାୟତଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସହମତି ପ୍ରକାଶ ପାଇଥିଲା । ଏହି ଉସôବ ଆସନ୍ତା ଫେବୃଆରୀ ୨୩ ତାରିଖରେ ହେବାକୁ ଚୁଡାନ୍ତ ନିଷ୍ପତି ହୋଇଥିବା ବେଳେ ଏହାକୁ ବରିଷ୍ଠ ନେତା ବିରଳ ଦାସ, ପ୍ରମୋଦ କୁମାର ପ୍ରଧାନ ଦୃଢ଼ ସମର୍ଥନ ଜଣାଇଥିଲେ । ଆଲୋଚନାରେ ଜନତାଦଳର ୪୦ରୁ ଊର୍ଦ୍ଧ୍ୱ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ପୁରୁଣା କର୍ମୀ ଯୋଗଦେଇଥିଲେ ।