ଝାଡ଼ାବାନ୍ତିକୁ ନେଇ ସଚେତନତା
ବରୀ : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ସାହସପୁର ପଞ୍ଚାୟତରରେ ଝାଡାବାନ୍ତିକୁ ନେଇ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପଞ୍ଚାୟତକୁ କେମିତି ଝାଡାବାନ୍ତି ନ ବ୍ୟାପିବ ସେଥିଲାଗି ସ୍ଥାନୀୟ ସରପଞ୍ଚ କଳ୍ପନା ଭୂୟାଁ ଙ୍କ ସହିତ ଆଶା, ଅଙ୍ଗନୱାର୍ଡ କର୍ମୀ, ଏବିକେ, ସିଆରପି ମାନେ ବିଭିନ୍ନ ୱାର୍ଡରେ ଘରଘର ବୁଲି ଲୋକଙ୍କୁ ଓଆରଏସ, ହାଲେଜିନ ବଟିକା, ଲାଇବୟ ସାବୁନ ଲୋକ ମାନଙ୍କୁ ପ୍ରଦାନ କରିଥିଲେ । ପଞ୍ଚାୟତର ପକ୍ଷରୁ ବିଭିନ୍ନ ନଳକୂପ ଓ କୂଅରେ ବ୍ଲିଚିଙ୍ଗ ପାଉଡ଼ର ପକାଯାଇଥିଲା । ଏଥିରେ ଆଶାକର୍ମୀ କାମିନୀ ପାଣି, ବୀଣାପାଣି ରାଉତ, ଉର୍ମିଳା ପାଢ଼ୀ ଏବିକେ ଅନିସା ରାଉତ, ସିଆରପି ଗୋଦାବରୀ ରାଉତ, ସୁମନ ଦାସ, ଲଷ୍ମୀପ୍ରିୟା ପାଢ଼ୀ, ଅଙ୍ଗନାୱାଡି କର୍ମୀ ଜୟନ୍ତୀବାଳା ରାଉତ, ରଞ୍ଜିତା ସାହୁ, ସୁଜାତା ସାହୁ ସହିତ ସମାଜସେବୀ ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।