ଭିତରକନିକା ବୁଲିଲେ ଆରଏସଏସ ସଂଘର କାର୍ଯ୍ୟକର୍ତ୍ତା

 ରାଜନଗର: ବିଶ୍ୱର ସର୍ବ ବୃହତ ସାମାଜିକ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଭିତରକନିକା ଅଭୟାରଣ୍ୟ ଠାରେ କଟକ ବିଭାଗର ପୂର୍ଣ୍ଣ କାଳୀନ ଓ ପ୍ରଚାରକ ମାନଙ୍କ ସହିତ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କର ବନ ବିହାର ଉସôବ ପାଳନ ହୋଇଯାଇଛି  । ଏହି ଉସôବରେ ୫୦ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ଓ ପୂର୍ଣ୍ଣକାଳୀନ, ପ୍ରଚାରକ ସାମିଲ ହୋଇଥିଲେ  ।  ସୁନୀଲପଦ ଗୋସ୍ୱାମୀ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିନୟ ଭୂୟାଁ, ଧର୍ମ ଜାଗରଣ ସମନୟ ବିଭାଗ କ୍ଷେତ୍ର ପ୍ରମୁଖ ହରିଶ ପ୍ରଧାନ, ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ର ସେବା ପ୍ରମୁଖ ତନ୍ମୟ ମହାପାତ୍ର, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଅସିତ କୁମାର ସାହୁ, ସହ ପ୍ରାନ୍ତ ପ୍ରଚାରକ ଲକ୍ଷ୍ମୀଧର ପରିଡା, କଟକ ବିଭାଗ ପ୍ରଚାରକ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲ୍ଲା ପ୍ରଚାରକ ପ୍ରସନ୍ନଜିତ ଦାସ, ସଂଘ ବିବିଧ କ୍ଷେତ୍ରର ପୂର୍ଣ୍ଣକାଳୀନଙ୍କ ସହିତ ରାଜନଗର ଖଣ୍ଡର ଖଣ୍ଡ କାର୍ଯ୍ୟବାହ ଦର୍ପ ନାରାୟଣ ଜେନା, ବାସୁଦେବ ମାଝୀ, ରବୀନ୍ଦ୍ର ସେଠୀ, ସତ୍ୟ ପ୍ରକାଶ ସେଠୀ ଓ ଅନ୍ୟ ଶାଖା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ  । ପ୍ରଥମେ ସମସ୍ତ ପ୍ରଚାରକ ନୌବିହାର କରି ଭିତରକନିକାର କୁମ୍ଭୀର ଦେଖିବା, ସ୍କାଏ ୱାକ ଓ ମୁ୍ୟଜିୟମ ବୁଲିବା ସହ ଡାଙ୍ଗମାଳର ଅଧିଷ୍ଠାତ୍ରୀ ଦେବୀ ଜୟ ଦୁର୍ଗାଙ୍କ ପ୍ରାଙ୍ଗଣରେ ଭୋଜିରେ ସାମିଲ ହୋଇ ଘରକୁ ଫେରିଥିଲେ  ।