ଟାଉନ୍ ପୁଲିସ କବ୍ଜାରେ ଡକାୟତ ଦଳ
ଜୟପୁର : ଟାଉନ ଥାନା ପୁଲିସକୁ ମିଳିଛି ବଡ ସଫଳତା ୬ ଜଣ ଡକାୟତକୁ ଗିରଫ କରିବାରେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆମ୍ବିତ ମହାନ୍ତି ଟାଉନ ଥାନା ପରିସରରେ ଥାନାଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ଉପସ୍ଥିତିରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦକ୍ଷିଣ ପିଶ୍ଚିମାଞ୍ଚଳ ଡିଆଇଜି ଏବଂ ଆରକ୍ଷୀ ଅଧିକ୍ଷକ ରହିତ ବର୍ମାଙ୍କୁ କିଛି ସନ୍ଦିଗ୍ଧ ଭୂତନାଥ ମନ୍ଦିର ପାଖରେ ରୋହିଥିବା ସୂଚନା ମିଳିଥିଲା ଏହା ପରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ତତ୍ତ୍ୱାବଧାନରେ ସିଦ୍ଧାନ୍ତ ବେହେରା, ଏସ୍ଆଇ ଏବଂ ପୁଲିସ କର୍ମାଚାରୀ ଯୋଜନା ବଦ୍ଧ ଭାବେ ୬ ଜଣ ଡକାୟତ କରିବାକୁ ଉଦ୍ୟମରତ ଥିବା ବେଳେ, ଗିରଫ କରିଥିଲେ । ସେମାନଙ୍କ ଠାରୁ ଚାରଟି କାତି, ଗୋଟିଏ ଖଣ୍ଡା ଲୁହା ରଡ ମଦବତୋଲ ଜୀବତ କରି ଥାନା କେଶ ନଂ ୩୧୨/୨୫ ବିଏନଏସ ଧାରା ୩୧୦(୪)(୫) ଅନୁଯାଇ ମାମଲା ରୁଜୁ କରିଛନ୍ତି । ଦାଦାବଟୀ ଆଦାୟ ଅଭିଯୋଗରେ ଥାନା କେଶ ନଂ ୩୧୩/୨୫ ରେ ବିଜୟ ନାୟକ, ଶୁଭମ ବିଶୋଇ, ରାଜ କୁମାର କାକଡି, ଇଶ୍ୱର ଚେଟିଆକୁ ଏଏସ୍ଆଇ ସପନ ମିଶ୍ର ଗିରଫ କରିଥିଲେ । ଚୋରି ମାମଲାରେ ଥାନା କେଶ ନଂ ୨୩୦/୨୫ ଏବଂ ୨୬୯/୨୫ ରେ ରାମନାଥ ସୁନା, ରାଜୀବ ଖିଲ, ଶଙ୍କର ଗୌଡ, ରୋହିତ ହିଆଲ କୁ ଏସଆଇ ଗୋବିନ୍ଦ ଚନ୍ଦ୍ର ହାଁସଦା ଗିରଫ କରିଥିଲେ । ଡକାୟତି ଚୋରି ଦାଦାବଟି ଆଦାୟ ସୁନା ଚୈନ ଟାଣିବା ନେବା ଅପରାଧକୁ ମିଶାଇ ୧୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋରାପୁଟ ପୋଲିସ ସହ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ କାର୍ଯ୍ୟଧାରାକୁ ସାଧାରଣରେ ପ୍ରସଂଶା କରାଯାଇଛି ।