ଟାଟା ପାୱାରର ଫ୍ଲାଗସିପ୍ ପ୍ରୋଗ୍ରାମ‘ପେ ଅଟେନସନ୍’ : ଛାତ୍ରଛାତ୍ରୀ ଦେଖିଲେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ର
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଅନୁପମ ଖେର ଷ୍ଟୁଡିଓ ସହଭାଗିତାରେ ବ୍ରହ୍ମପୁରସ୍ଥିତ ଗୌତମ ସିନେମା ହଲରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜନ କରିଛି । ସ୍ନାୟୁ ବିବିଧତା ତଥା ଅଟିଜିମ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ସମାଜରେ ଗ୍ରହଣୀୟତା ସୃଷ୍ଟି କରିବା ଉଦେ୍ଦଶ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କାର୍ଯ୍ୟକ୍ରମରେ ସ୍ନାୟୁବିବିଧ ତଥା ଅଟିଜିମ୍ ଶିଶୁ, ସେମାନଙ୍କ ଯନô ନେଉଥିବା ବ୍ୟକ୍ତି ବିଶେଷ, ଶିକ୍ଷାବିତ୍, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଏନଜିଓ, ସରକାରୀ କର୍ମଚାରୀ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ । ୬୦୦ରୁ ଅଧିକ ଦର୍ଶକ ଏହି ଚଳଚ୍ଚିତ୍ରକୁ ଦେଖିଥିବା ବେଳେ ଟିପିଏସ୍ଓଡିଏଲର ଏଭଳି ଉଦ୍ୟମକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ, ସମସ୍ତ ବରିଷ୍ଠ ଅଧିକାରୀ, ସରକାରୀ ଅଧିକାରୀ, ଟାଟା ଷ୍ଟିଲ ଫାଉଣ୍ଡେସନ, ସର୍ବଶିକ୍ଷା ଅଭିଯାନ ଓ ଅନ୍ୟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏକ ସମାବେଶୀ ସମାଜ ଗଠନ ଦିଗରେ ଏହି ପଦକ୍ଷେପ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ବୋଲି ଅଧିକାରୀମାନେ ମତ ରଖିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ । ବହୁସଂଖ୍ୟାରେ ପିଲାମାନେ ଏହି ଚଳଚ୍ଚିତ୍ର ଦେଖିବା ସହ ଅଟିଜିମ୍ ସମ୍ପର୍କରେ ସଚେତନ ହୋଇଥିଲେ । ଚଳଚ୍ଚିତ୍ରର କାହାଣୀରେ ଜଣେ ଅଟିଚିକ୍ ଯୁବତୀ ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତୁ । ଅଟିଜିମ୍ ସ୍ପ୍ରେକ୍ଟ୍ରମ୍ ଡିଜ ଅର୍ଡର ସହ ଯୁବତୀଙ୍କ ସଂଘର୍ଷ ଓ ତାଙ୍କ ଶକ୍ତି ସାମର୍ଥ୍ୟକୁ ଚଳଚ୍ଚିତ୍ରରେ ଚମକôାର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଟାଟା ପାୱାରର ଫ୍ଲାଗସିପ୍ ପ୍ରୋଗ୍ରାମ ‘ପେ ଅଟେନସନ୍’ର ଏକ ଅଂଶ ଅଟେ । ଅଟିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ଏହାର ନିରାକରଣକୁ ଉସôାହିତ କରିବା ଦିଗରେ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।