ଟାଟା ପାୱାର ପକ୍ଷରୁ ବର୍ଷା ପାଇଁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପ୍ରବଳ ବର୍ଷା ଜାରି ରହିବା ଆକଳନ କରାଯାଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଭଳି ଜିଲ୍ଲା ପାଇଁ ୱେଲୋ ୱାଣ୍ଣିଂ ଦିଆଯାଇଛି । ଏହ ପରିପ୍ରେକ୍ଷୀରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଚାରି ଡିସ୍କମ୍ ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଡବ୍ଲୁଓଡିଏଲ୍ ଏବଂ ଟିପିଏସ୍ଓଡିଏଲ୍ ପକ୍ଷରୁ ମୌସୁମୀ ଋତୁ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଡିସ୍କମ୍୍ଗୁଡ଼ିକ ଜରୁରୀକାଳୀନ ପ୍ରୋଟୋକଲ୍କୁ କାର୍ଯ୍ୟକ୍ଷମ କରି ଏବଂ ରାଜ୍ୟବ୍ୟାପୀ ବ୍ୟବସ୍ଥାକୁ ସୁଦୃଢ଼ କରି ପ୍ରାୟ ୯୭ ଲକ୍ଷ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦୁ୍ୟତ ଯୋଗାଣ ଉପରେ ପ୍ରାଥମିକତା ଦେଉଛନ୍ତି । ଟିପିଏନ୍ଓଡିଏଲ୍ ଅଧିନସ୍ଥ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବନ୍ୟା ପ୍ରଭାବିତ ଅଂଚଳଗୁଡ଼ିକରେ ବିଦୁ୍ୟତ୍ ସେବା ସ୍ୱାଭାବିକ କରିବା ପାଇଁ ଗ୍ରାଉଣ୍ଡ ଟିମ୍ ଚବିଶ ଘଂଟା କାର୍ଯ୍ୟ କରି ତ୍ରୁଟିର ତ୍ୱରିତ ସମାଧାନ ଏବଂ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି । ସେହିପରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ରାଉରକେଲାରେ ଟିପିଡବ୍ଲୁଓଡିଏଲ୍ର ଟିମ୍ ବିଦୁ୍ୟତ୍ ବିଭ୍ରାଟକୁ କମ୍ କରିଥିବା ବେଳେ ପ୍ରଭାବିତ ସମୁଦାୟକୁ ସହାୟତା ପ୍ରଦାନ କରୁଛନ୍ତି । ଇଞ୍ଜିନିୟର, ଲାଇନମ୍ୟାନ୍ ଓ ସହାୟକ କର୍ମଚାରୀଙ୍କୁ ମିଶାଇ ୧୫,୦୦୦ ଶ୍ରମଶକ୍ତିର ଏକ ଦଳ ବାସ୍ତବ ସମୟ ପ୍ରତିକ୍ରିୟା ପାଇଁ ଗ୍ରାମାଚଂଳ ଓ ସହରାଚଂଳରେ ମୂତୟନ କରାଯାଇଛି । ଏହା ସହିତ ଭୁବନେଶ୍ୱରର ବିଦୁ୍ୟତ୍ ବଂଟନ ପ୍ରଯୁକ୍ତି କେନ୍ଦ୍ର ଉନ୍ନତ ଗ୍ରିଡ୍ ନିରୀକ୍ଷଣ ଓ ସମନ୍ୱୟ ସୁବିଧା ପ୍ରଦାନ କରୁଛି ।