ଟ୍ରେନରୁ ଖସି ଯୁବକ ଗୁରୁତର

 ଛତ୍ରପୁର: ଛତ୍ରପୁର ବଡ଼ ରେଳ ଷ୍ଟେସନ ନିକଟରେ ଚଳନ୍ତା ଏକ୍ସପ୍ରେସ ଟ୍ରେନରୁ ଖସି ପଡି ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି  । ଯୁବକ ଜଣଙ୍କହେଲେ ଯାଜପୁର ରୋଡ଼ ଅଞ୍ଚଳର ଶ୍ରୀନିବାସ ଖଡ଼ଙ୍ଗା, ସାଲିମାର ଠାରୁ ଭାସ୍କଡ଼ଗାମା ଅଭିମୁଖେ ଯାଉଥିବା ଅମରାÿବତୀ ଏକ୍ସପ୍ରେସ ଟ୍ରେନ ୧୮୦୪୭ନଂ ଯାଉଥିବା ବେଳେ ଛତ୍ରପୁର ବଡ଼ ରେଳ ଷ୍ଟେସନରେ ନିକଟରେ ସେ ଖସିପଡିଥିଲେ  । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିସôାଳୟକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ତାଙ୍କର ଦୁଇଟି ଗୋଡ଼ କଟିଯାଇଥିବା ସୂଚନା ମିଳିଛି  ।