ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

  ବୈଶିଙ୍ଗା:  ବୈଶିଙ୍ଗା ଥାନା ଅନ୍ତର୍ଗତ ରଘୁପୁର ପଞ୍ଚାୟତ ଅଧିନ ଖୁଣ୍ଟାପୁର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ପରିଚିତ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାର୍ଥକ ଚନ୍ଦ୍ର ରାଉଳ (୯୦)ଙ୍କ ସୋମବାର ରାତିରେ ପରଲୋକ ହୋଇଥିବା ଜଣାପଡିଛି । ଶିକ୍ଷକତା ଜୀବନରେ ସେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ସାରା ଦେଶ ଏବଂ ବିଦେଶରେ ପ୍ରତିଷ୍ଠିତ କରାଇ ପାରିଛନ୍ତି  । ୧୯୯୩ ମସିହାରେ ଅବସର ନେବାପରେ ସାଧାରଣ ଜୀବନଯାପନ କରୁଥିଲେ । କିଛିଦିନ ଧରି ତାଙ୍କ ଶରୀର ଅସୁସ୍ଥ ରହିଥିଲା, କିନ୍ତୁ  ରବିବାର ଅଧିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା । ସୋମବାର ରାତ୍ରି ସାଢ଼େ ୧୦ଟା ସମୟରେ ଡାକ୍ତରଖାନାରେ ମୃତୁ୍ୟ ହୋଇଯିବା ପରେ ନିଜ ଗ୍ରାମ ଖୁଣ୍ଟାପୁରକୁ ତାଙ୍କ ମର ଶରୀରକୁ ଅଣାଯାଇ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କର ମୃତୁ୍ୟ ଶଯ୍ୟା ନିକଟରେ ଦୁଇପୁତ୍ର-ପୁତ୍ରବଧୁ, କନ୍ୟା-ଜାମାତା ଏବଂ ନାତି ନାତୁଣୀ ଉପସ୍ଥିତ ରହିଥିଲେ ।