ଅବ୍ୟବସ୍ଥା ଘେରରେ ଆଦର୍ଶ ବିଦ୍ୟାଳୟ : ଗେଟ୍ ତାଲା ପକାଇଲେ ଛାତ୍ରଛାତ୍ରୀ
ନିମାପଡ଼ା: ସରକାର ପିଲାଙ୍କ ଭବିଷ୍ୟତ ପାଇଁ ଅନେକ ଯୋଜନା କରୁଛନ୍ତି । ସ୍କୁଲକୁ ସ୍ମାର୍ଟ ଭାବେ ପରିଚାଳନା ମଧ୍ୟ କରାଯାଉଛି । ହେଲେ ଏଠି ତ ଚିତ୍ର ଭିନ୍ନ ଦର୍ଶାଉଛି । ଗେଟ୍ରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ଖାଲି ସ୍କୁଲରେ ପାଠ ପଢ଼ାଇଦେଲେ ତ ହବନି ତାଙ୍କ ମୌଳିକ ସୁବିଧା ମଧ୍ୟ ବୁଝିବା ଦରକାର । ପାଠ ପଢିÿବା ଯେତିକି ଆବଶ୍ୟକ ଖେଳକୁଦ ମଧ୍ୟ ସେତିକି । ଏହା ଆମେ କହୁନୁ ସରକାର ମଧ୍ୟ ଏହାକୁ ନେଇ ସହମତି ଜଣାଇଛନ୍ତି । ଯଦି ଖେଳ ପଡିÿଆ ରହିବନି ତେବେ ଛାତ୍ର ଛାତ୍ରୀ ଖେଳ ଅଭ୍ୟାସ କରିବେ କେଉଁଠି । କେବଳ ଏତିକି ନୁହେଁ, ସ୍ୱଚ୍ଛତା ପ୍ରତି ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ ଧ୍ୟାନ ଦେବା କଥା, କିନ୍ତୁ ଏଠି ଓଲଟା ଅଭିଯୋଗ ଆସିଛି ପ୍ରଧାନଶିକ୍ଷକଙ୍କ ଉପରେ । ନା ସ୍କୁଲରେ ଖେଳ ପଡିଆ ଅଛି, ନା ଅଛି ଶୌଚାଳୟ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚଅଁରପଦା ପଞ୍ଚାୟତ ଆଦର୍ଶ ବିଦ୍ୟାଳୟରେ । ଶତାଧିକ ଛାତ୍ରଛାତ୍ରୀ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଗେଟ୍ ଆଗରେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ଯୋଗୁ ଅନେକ ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ ରହିଥିଲେ ମଧ୍ୟ, ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି । ସ୍କୁଲରେ ଶୌଚାଳୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଖେଳ ପଡ଼ିଆ ନଥିବା ଛାତ୍ରଛାତ୍ରୀ କହିଛନ୍ତି । ଦୀର୍ଘ ଦିନ ହେବ ଛାତ୍ରୀଙ୍କ ନିମନ୍ତେ ଏକ ଛାତ୍ରୀ ନିବାସ ନିର୍ମାଣ ଶେଷ ହୋଇଥିଲେ, ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନି । ପଢୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ତାଙ୍କ ସ୍କୁଲର ପରିଚୟପତ୍ର ଏପର୍ଯ୍ୟନ୍ତ ମିଳି ନଥିବା ମଧ୍ୟ ଅଭିଯୋଗ ହୋଇଛି । ସମସ୍ତ କାର୍ଯ୍ୟ ପାଇଁ ଅନୁଦାନ ଆସୁଥିଲେ ମଧ୍ୟ ପ୍ରଧାନଶିକ୍ଷକ ସେଗୁଡିକୁ କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ ଏବଂ ତାଙ୍କ ବଦଳି ଦାବିରେ ଶତାଧିକ ଛାତ୍ରଛାତ୍ରୀ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି । ଅନ୍ୟପକ୍ଷରେ ପିଲାଙ୍କ ସମସ୍ତ ଅଭିଯୋଗକୁ ପ୍ରଧାନ ଶିକ୍ଷକ ଖଣ୍ଡନ କରିବା ସହିତ ତାଙ୍କ ଉପରେ ଆସିଥିବା ସମସ୍ତ ଆରୋପ ମିଥ୍ୟା ବୋଲି କହିଛନ୍ତି । ତେବେ ଘଟଣା ସ୍ଥଳରେ ନିମାପଡ଼ା ତହସିଲଦାର ପହଞ୍ଚି ପିଲାଙ୍କୁ ବୁଝା ଶୁଝା କରିବା ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ।