ଠିକାଦାରଙ୍କ କବ୍ଚାରେ ବାତ୍ୟା ଆଶ୍ରୟସ୍ଥଳି

 କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳ କୁ ଜଣେ ଠିକାଦାର ଜୋର ଜବରଦସ୍ତ ନିଜ କବଜାରେ ରଖି ବ୍ୟବହାର କରୁଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଆୟତପୁର ଗ୍ରାମର ଶତାଧିକ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳୀରେ ଠିକାଦାର ରଖିଥିବା ଆସବାବପତ୍ର ଓ ମେସିନ ଇତ୍ୟାଦିକୁ ସେଠାରୁ ବାହାର କରିବା ସହିତ ଆଶ୍ରୟସ୍ଥଳୀକୁ ପ୍ରଶାସନକୁ ହସ୍ତାନ୍ତର କରିବା ପାଇଁ ଦାବି କରାଯାଇଛି । ଏହି ବାତ୍ୟା ଆଶ୍ରୟସ୍ଥଳୀ କୁ ଠିକାଦାର ନିଜ ଅକ୍ତିଆର ରେ ରଖି କାନ୍ଥ ଝରକା ଇତ୍ୟାଦିକୁ ଭାଙ୍ଗିରୁଜି ଦେଇଥିବା ଗ୍ରାମାବସୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ତୁରନ୍ତ ଖାଲି କରିବା ପାଇଁ ଅବିନାଶ ଦାସ, ପ୍ରକାଶ ନାୟକ, ଶୈଳେନ୍ଦ୍ର ନାୟକ, ବିନୋଦ ସାମନ୍ତରାୟ, ରବିନ୍ଦ୍ର ନାୟକ ପ୍ରମୁଖ ଦାବି କରିଛନ୍ତି ।