ଠିକାଦାରଙ୍କ ମାଡରେ ମହିଳା ଗୁରୁତର

  ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ପାର୍ବତୀପୁର ଗ୍ରାମରେ ରାସ୍ତା କାମକୁ ନେଇ ଜଣେ ଠିକାଦାରଙ୍କ ଆକ୍ରମଣରେ ପାର୍ବତୀ ରାଉଳ ନାମ୍ନୀ ମହିଳା ଓ ତାଙ୍କ ପୁଅ ମନୋଜ ରାଉଳ ଆହତ ହୋଇଛନ୍ତି । ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ପାର୍ବତୀ ଖଇରା ଥାନାରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ ପାର୍ବତୀ ପାର୍ବତୀପୁର ଗ୍ରାମର ଗୌତମ ଦାସଙ୍କ ଘରକୁ କାମ କରିବାକୁ ଯାଉଥିଲେ । ତାଙ୍କ ଘର ଆଗରେ ରାସ୍ତା କାମ ଚାଲିଥିବା ବେଳେ କାର୍ଯ୍ୟ କରୁଥିବା ବ୍ୟକ୍ତି କାହିଁକି ରାସ୍ତା ଖରାପ କଲୁ କହିବା ସହ ଉତ୍କ୍ଷିପ୍ତ ହୋଇ ସାଇକେଲ ଭାଙ୍ଗିବା ସହ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ । ତେବେ ଖଇରା ପୁଲିସ ଘଟଣା ତଦନ୍ତ ଜାରି ରଖିଥିବା ଜଣାପଡିଛି ।