ଠିକା କର୍ମଚାରୀଙ୍କ ଆନେ୍ଦାଳନ : ୧୫ଦିନରେ ପହଞ୍ଚଲା

 ପୁରୀ : ପୁରୀ ରେଳ ବିଭାଗର ଠିକା ଶ୍ରମିକ ତଥା ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ କର୍ମଚାରୀମାନେ କେତେକ ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ସେମାନେ ଗଠନ କରିଥିବା ଇଷ୍ଟକୋଷ୍ଟ ରେଲୱେ ଠିକା ମଜୁଦୂର ସଂଘ ପକ୍ଷରୁ ଦୀର୍ଘ ୧୫ ଦିନ ଧରି ଆନେ୍ଦାଳନରେ ବସିଛନ୍ତି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି ଠିକା ସଫେଇ କର୍ମଚାରୀମାନେ ୧୪ବର୍ଷରୁ ଉଦ୍ଧ୍ୱର୍ ଅଣକୁଶଳୀ ଶ୍ରେଣୀରେ କାର୍ଯ୍ୟ କରୁଥିବା ବେଳେ ଗତ ୧ବର୍ଷ ଧରି ସେମାନଙ୍କୁ ଅଣକୁଶଳୀ ବର୍ଗରେ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି । ବାରମ୍ବାର ସଂଘ ପକ୍ଷରୁ ଏ ସଂକ୍ରାନ୍ତରେ ରେଳ କର୍ତ୍ତୃପକ୍ଷ ଓ ଠିକାଦାରଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କର୍ମଚାରୀମାନଙ୍କୁ ପ୍ରତାରଣା କରାଯାଉଛି । ଗଣମାଧ୍ୟମକୁ ସୂଚନା ଦେଇ ସଂଘର ରାଜ୍ୟ ସମ୍ପାଦକ ରଞ୍ଜନ ଦାସ କହିଥିଲେ ଯେ ମଜୁଦର ସଂଘ ରାଜ୍ୟ ଶାଖା ଏହି ଆନେ୍ଦାଳନକୁ ସମର୍ଥନ କରୁଛି । ପୁରୀର ସଂଘ ସଭାପତି ଉପେନ୍ଦ୍ର ବିଶୋଇ, ସାଧାରଣ ସମ୍ପାଦକ କେ. ସନ୍ତୋଷ ପ୍ରଧାନ ସଫେଇ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର ହେବ ବୋଲି ସୂଚନା ଦେଇଛନ୍ତି  ।