ଡ.ସାଇପ୍ରସନ୍ନାଙ୍କୁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ
ଭୁବନେଶ୍ୱର: ୨୦୨୩ ମସିହାରେ ଶ୍ରୀମତୀ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଥିବା ଡ. ସାଇପ୍ରସନ୍ନା ବେହେରା ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ମହିଳା ସଶକ୍ତିକରଣ ତଥା ଉସôର୍ଗୀକୃତତା ପାଇଁ ତାଙ୍କୁ ଏକ ଆନ୍ତର୍ଜାତୀୟ ସଂଗଠନ ଦ୍ୱାରା ଅଦ୍ୱିତୀୟ ଟାଇଟଲ୍ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩-୨୦୨୫ ଭାବରେ ସମ୍ମାନିତ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ ଉତ୍ସବ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଅଟେ, ଯେହେତୁ ଡ. ବେହେରା ପ୍ରଥମ ଭାରତୀୟ ଭାବରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହା ଭାରତୀୟ ମହିଳାମାନଙ୍କୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣା ଦେବ । ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ଭାବରେ ଡ. ବେହେରାଙ୍କ କାର୍ଯ୍ୟକାଳ ଅନୁଗ୍ରହ, ଦୃଢ଼ ଆତ୍ମବିଶ୍ୱାସର ପରିବର୍ତ୍ତନ ଆଣିବା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ବୋଲି କୁହାଯାଇପାରେ । ଏହି ଅବସରରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏକ ପ୍ରେସ୍ ସମ୍ମିଳନୀ ମାଧ୍ୟମରେ ଏହି କୃତିତ୍ୱ ହାସଲ ସମ୍ପର୍କରେ ଜଣାଇଥିଲେ । ତାଙ୍କ ସହିତ ଯୋଡି ହୋଇ ଅନ୍ତର୍ଜାତୀୟସ୍ତରରେ ପହଞ୍ଚିବାରେ ସହାୟ ହୋଇଥିବା ସ୍ୱାମୀ ସୁଦୀପ କୁମାର ପାତ୍ର, ଡିଜାଇନର ଦେବସ୍ମିତା ଗିରି, ଡାଇରେକ୍ଟର ଅଡିସିଅସ ଏଣ୍ଟରଟେନମେଣ୍ଟ ଅଡ୍ରି ଡି. ସିଲଭା, ସୁପ୍ରା ଜାତୀୟ ଟାଇଟିଲ ହାସଲ କରିଥିବା ମୋଡେଲ ସମ୍ଭବୀ ଶିବା ପ୍ରମୁଖ ଯୋଗଦେଇଥିଲେ ।