ଡାକ୍ତରଙ୍କ ବିରୁଦ୍ଧରେ ତେଜୁଛି ଜନ ଅସନ୍ତୋଷ
ବୁଗୁଡ଼ା: ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର-୨ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଆୟୁଷ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ନିଜର କାର୍ଯ୍ୟଧାରାକୁ ନେଇ ସାଧାରଣରେ ଚର୍ଚ୍ଚିତ ହୋଇଆସୁଥିବା ବେଳେ ସମ୍ପ୍ରତି ତାଙ୍କ ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷ ବୃଦ୍ଧି ପାଇଥିବା ଯୋଗୁଁ ତାଙ୍କୁ ଏଠାରୁ ହଟାଇବା ପାଇଁ ଜିଲ୍ଲା ଚିକିସôା ଅଧିକାରୀଙ୍କ ନିକଟରେ ଦାବି ହୋଇଥିବା ଜଣାଯାଇଛି । ବୁଗୁଡା ଅଞ୍ଚଳବାସୀଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲା ଚିକିସôାଧିକାରୀଙ୍କ ନିକଟକୁ ପ୍ରେରିତ ଦରଖାସ୍ତରେ ଅଭିଯୋଗ ରହିଛି ଯେ ଆୟୁଷ ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରେ ଅବହେଳା କରିବା ସହ ନିଜ ଘରେ କ୍ଲିନିକ କରି ଗରିବ ଲୋକଙ୍କୁ ଜେନେରିକ ମେଡ଼ିସିନ ଦେଇ ଠକୁଛନ୍ତି , ଅବିବାହିତ ଝିଅଙ୍କ ଗର୍ଭ ନଷ୍ଟ କରିବା ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ନିରାମୟରୁ ଗରିବ ଲୋକଙ୍କୁ ମେଡିସିନ ନଦେଇ ନିଜ ପରିଚିତ ଦୋକାନକୁ ପଠାଉଛନ୍ତି କିମ୍ବା ନିଜ ଘରେ ରଖିଥିବା ଜେନେରିକ ମେଡିସିନ ରୋଗୀଙ୍କୁ ଦେଇ ଅଧିକ ଅର୍ଥ ଆଦାୟ କରୁଛନ୍ତି, ଡୁ୍ୟଟି ସମୟରେ ମେଡିକାଲରେ ନରହି ନିଜ ଘରେ ଚିକିସôା କରୁଛନ୍ତି । ଏଥି ସହ ଆରୋଗ୍ୟ ପାଇଁ ଆସୁଥିବା ରୋଗୀଙ୍କୁ ମେଡିକାଲରେ ମିଳୁଥବା ନିରାମୟରୁ ମେଡିସିନ ନଦେଇ ନିଜର ସେଟିଙ୍ଗ୍ କମ୍ପାନୀର ମେଡିସିନ୍ ଯାହାକି ଏକ ନିର୍ଦ୍ଦିଷ୍ଟ ଦୋକାନରେ ମିଳିଥାଏ, ସେଠାରୁ ଆଣିବା ପାଇଁ ବାଧ୍ୟ କରୁଛନ୍ତି । ନିଜ ଘରେ ଅନେକ ବର୍ଷ ହେଲା କ୍ଲିନିକ କରି ସମସ୍ତ ବିଭାଗର ରୋଗୀଙ୍କୁ ଚିକିସôା କରି ଅଜସ୍ର ଅର୍ଥ ଆଦାୟ କରୁଛନ୍ତି । ଏପରିକି ସାଧାରଣ ଜ୍ୱର ହୋଇଥିଲେ ବି ଘରୋଇ ପାଥଲୋଜିକୁ ପଠାଇ ଟେଷ୍ଟ ରିପୋର୍ଟରେ ଟାଇଫଏଡ ବାହାରିଥିବା ଦର୍ଶାଇ ରୋଗୀଙ୍କୁ ଭୟଭୀତ କରାଇ ଲୁଟୁଛନ୍ତି । ଅନ୍ୟପକ୍ଷରେ ସାଧାରଣ ଜ୍ୱର, କାଶ, ଝାଡା ଉତ୍ୟାଦି ହୋଇଥଲେ ବି ୩ ରୁ ୪ ହଜାର ଟଙ୍କାର ଜେନେରିକ ମେଡିସିନ ଲେଖି ରୋଗୀଙ୍କର ଅଯଥା ଖର୍ଚ୍ଚ କରାଉଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢୁଆଳରେ ଚାଲିଆସୁଥିବା ସମ୍ପୃକ୍ତ ଆୟୁଷ ଡାକ୍ତରଙ୍କଏଭଳି କାରନାମାରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ସିଡିଏମଓଙ୍କୁ ଲିଖୂତାଭିଯୋଗ କରିବା ସହ ଏପରି ଡାକ୍ତରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିବା ଜଣାପଡିଛି ।