ଡିଜିପିି ସମ୍ମିଳନୀ : ସମସ୍ତ ଥାନାରେ ପୁଲିସ ସୁନ୍ - ଥାନା ଜଗିଛନ୍ତି ଆଇଆଇସି
ଅପରାଧୀ ସକ୍ରିୟ, ଚିନ୍ତାରେ ରାଜଧାନୀବାସୀ
ଭୁବନେଶ୍ୱର, ୨୮ା୧୧ : ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବ ୩ ଦିନିଆ ପୁଲିସ ଡିଜି ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ ହୋଇଛି । ୩ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ରାଜଧାନୀରେ ରହିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭୁବନେଶ୍ୱରର ଲୋକସେବା ଭବନ, ଅତିଥି ଭବନ, ବିମାନବନ୍ଦର, ଆଇପିଏସ ମେସ ଚନ୍ଦ୍ରଶେଖରପୁରକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଏହାସହ ଏହି ୩ ଦିନିଆ ଡିଜି ସମ୍ମିଳନୀ ସମୟରେ କୌଣସି ଅପରାଧ, ଟ୍ରାଫିକ ସମସ୍ୟା ଏବଂ କୌଣସି ଅଘଟଣ ଓ କୌଣସି ହୋଟେଲ ମାନଙ୍କରେ ସନ୍ଧିଗ୍ଧ ମାନେ ଲୁଚି ରହି କିଛି ଘଟଣା ନ ଘଟେ ସେ ନେଇ ରାଜଧାନୀରେ କଡା ଚେକିଂ, ପାଟ୍ରୋଲିଂ, ବ୍ଲିକିଂ, ହୋଟେଲ ଚେକିଂ ଭଳି କଡାକଡ଼ି କରାଯାଇ ଯାଞ୍ଚ କରାଯାଉଛି । କିନ୍ତୁ ଏହି କଡ଼ାକଡ଼ି ସହ ୩ ଦିନିଆ ଡ଼ିଜିପି ସମ୍ମିଳନୀରେ ରାଜଧାନୀ ସମସ୍ତ ଥାନାର ଅଫିସର ମାନଙ୍କୁ ଡ଼ିୟୁଟିରେ ନିୟୋଜିତ କରାଯାଇଛି । ହେଲେ ବିଭିନ୍ନ ଥାନା ମାନଙ୍କରେ ଜଣେ ସେଣ୍ଟ୍ରି ଓ ଥାନା ଅଧିକାରୀ ମାନେ ଥାନାକୁ ଜଗି ରହିଛନ୍ତି । ଜଦି କୌଣସି ଅପରାଧ ଘଟେ କିମ୍ବା ବଡ଼ଧରଣର ଅଘଟଣ ଘଟିଯାଏ ତାହାହେଲେ କେମିତି ଜନସାଧାରଣ ମାନେ ସୁରକ୍ଷା ପାଇପାରିବେ ତାହାକୁ ନେଇ ଲୋକଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଥାନାରେ ପୁଲିସ ନଥିବା ଜାଣି ଏହାର ଫାଇଦା ଉଠାଇ ଅପରାଧୀ, ନିଶା ବେପାରୀ, ଲୁଟେରା, ଡକାୟତ, ଅସମାଜିକ ଯୁବକ ମାନେ ସକ୍ରିୟ
ହେବାର ସମ୍ଭାବନା ରହିଛି । ଏହାସହ ଡିଜିପି ସମ୍ମିଳନୀକୁ ପନ୍ନୁର ଧମକପୂର୍ଣ୍ଣ ଭିଡ଼ିଓ । ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବେଦଧନ କରିଛି ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ ।
ସୂଚନା ଯୋଗ୍ୟଯେ, ପୁଲିସ ଡିଜି ସମ୍ମିଳନୀ ପାଇଁ ଭୁବନେଶ୍ୱର ପୂରା ପ୍ରସ୍ତୁତ । ରାସ୍ତାଘାଟ ସବୁଠି ପୁଲିସର ପହଁରା । ସବୁଠି ଚାଲିଛି ତନ୍ନ ତନ୍ନ ଯାଂଚ । ହାଇ ସିକୁ୍ୟରିଟି ଜୋନରେ ଏବେ ପୂରା ରାଜଧାନୀ । କାରଣ ପ୍ରଥମଥର ଓଡିଶାରେ ହେଉଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ଏହି ସମ୍ମିଳନୀରେ ସାମିଲ ହେବେ । ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରଧାନମନ୍ତ୍ରୀ ଓଡିଶାରେ ରହୁଥିବାରୁ ଭୁବନେଶ୍ୱରକୁ ଅଭେଦ୍ୟ ଗଡ କରିଛି ସୁରକ୍ଷା ବାହିନୀ । କୌଣସି ସମସ୍ୟା ଯେପରି ସୃଷ୍ଟି ନହୁଏ ସେଥିପାଇଁ ଆଗୁଆ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର । ଅତିଥି ଚର୍ଚ୍ଚାକୁ ଗୁରୁତ୍ୱ ଦେଇ ଆଖି ଝଲସିବା ଭଳି ଆୟୋଜନ କରିଛି ଓଡିଶା ।