ଡିଜିପି ସମ୍ମିଳନୀ : ପନ୍ନୁର ଧମକପୂର୍ଣ୍ଣ ଭିଡିଓ; ଭୁବନେଶ୍ୱରକୁ ଟେରର ସିଟି ଘୋଷଣା,ସାଧାରଣରେ ଉଦବେଗ
ଭୁବନେଶ୍ୱର, ୨୮ା୧୧ : ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ଡିଜିପି ସମ୍ମଳନୀକୁ ନେଇ ଖଲିସ୍ତାନୀ ସମର୍ଥକ ପନ୍ନୁର ଖୋଲା ଧମକ । ଟେମ୍ପଲ ସିଟି ଭୁବନେଶ୍ୱରକୁ ଟେରର ସିଟି କହିବା ସହ ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବୋଧନ କରିଛି ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ ।
ସୂଚନା ଯୋଗ୍ୟଯେ, ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଥିବା ଡିଜିପି ସମ୍ମଳନୀକୁ ନେଇ ଖଲିସ୍ତାନୀ ସମର୍ଥକ ପନ୍ନୁର ଖୋଲା ଧମକ । ଟେମ୍ପଲ ସିଟି ଭୁବନେଶ୍ୱରକୁ ଟେରର ସିଟି କହିବା ସହ ସମ୍ମିଳନୀକୁ ଆତଙ୍କୀ ସମ୍ମିଳନୀ ଭାବେ ସମ୍ବୋଧନ କରିଛି ଖଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁ ଡିଜି ସମ୍ମିଳନୀରେ ଏନଆଇଏ, ସିଆରପିଏଫ୍, ବିଏସ୍ଏଫ୍, ଏନଏସଜି, ସିଆଇଏସ୍ଏଫ୍ ଭଳି ୨୦୦ ସୁରକ୍ଷା ଅଧିକାରୀ ସାମିଲ ହେବେ । ହେଲେ ଦେଶର ଏହି ସୁରକ୍ଷା ଅଧିକାରୀଙ୍କୁ ଆତଙ୍କୀ କହିଛି ପନ୍ନୁ ।
ବଡ କଥା ହେଉଛି, ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିବେ । ବୈଠକରେ ଦେଶର ସୁରକ୍ଷା ପ୍ରସଙ୍ଗକୁ ନେଇ ଆଲୋଚନା ହେବ । କିନ୍ତୁ ପନ୍ନୁ ଏହି ବୈଠକକୁ ଆତଙ୍କୀ ସମ୍ମିଳନୀ କହିବା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହେଡ୍ ଅଫ୍ ଟେରର୍ ଅର୍ଗାନାଇଜେନ୍ ବୋଲି କହିଛି । କେବଳ ସେତିକି ନୁହେଁ ରାଜଧାନୀକୁ ଆସି ପ୍ରତିବାଦ କରିବାକୁ ନିଜ ସମର୍ଥକଙ୍କୁ ଆହ୍ୱାନ ବି ଦେଇଛି । ପନ୍ନୁର ଏଭଳି ଆକ୍ରମଣାତ୍ମକ ଭିଡିଓକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ଏନେଇ ପୁଲିସ କମିଶନର ଏହି ଧମକକୁ ଏକ ଗୁରୁତ୍ୱଭାବେ ନେଇ ସବୁଦିଗକୁ ଆମେ ପ୍ରସ୍ତୃତି ରହିଥିବା କହିଛନ୍ତି ।