କଇଁଛ ଚାଲାଣ ବେଳେ ୪ ଗିରଫ ; ୧୧୭ କଇଁଛ ଉଦ୍ଧାର
ଭୁବନେଶ୍ୱର, ୩୦ା୪ : ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଅଞ୍ଚଳର ୪ ଜଣ ବ୍ୟକ୍ତି ପୁରୀ ଜିଲ୍ଲାର ପୁରୁଷୋତ୍ତମପୁର ସାକ୍ଷୀଗୋପାଳରୁ କିଛି ଲୋକଙ୍କ ଠାରୁ କଇଁଛ ସଂଗ୍ରହ କରିଥିଲେ । ସେମାନେ କଇଁଛଗୁଡିକୁ ନେଇ ପୁରୁଷୋତ୍ତମପୁରରୁ ଜଳେଶ୍ୱର ଯାଇ ସେଠାରୁ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲେ । ହେଲେ ଉକ୍ରଳ ଏକ୍ସପ୍ରେସ ଯୋଗେ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ୱର ଷ୍ଟେସନରେ ଆରପିଏଫର ଚେକିଂ ହେଉଥିଲା । ଏନେଇ ବ୍ୟାଗେଜ ସ୍କାନରରେ ଚେକିଂ ବେଳେ ଏତେ ପରିମାଣର କଇଁଛ ଦେଖି ବନ ବିଭାଗ ମଞ୍ଚେଶ୍ୱର ଉପଖଣ୍ଡକୁ ଯୋଗାଯୋଗ କରାଯାଇଥିଲା । ସପଟେ ଘଟଣା ସମ୍ପର୍କରେ ଖବର ପାଇଁ ତୁରନ୍ତ ଏକ ଟିମ୍ ପହଞ୍ଚô ପ୍ରାୟ ୧୧୭ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର କରିଛନ୍ତି । ଏହାସହ ଆରପିଏଫ ଟିମ୍ ସହାୟତାରେ କଇଁଛ ଚୋରା ଚାଲାଣ କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି ବନ୍ୟପ୍ରାଣୀ ଆଇନ ଆଧାରରେ କୋର୍ଟ ଚାଲାଣ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି । ଗିରଫ ହୋଇଥିବା ୪ ଜଣ ହେଲେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଅଞ୍ଚଳର ସୁଷମା ସେନ, ଶୁଭାଶିଷ ପରିଡା, ବିମଳ ସିଟ୍ ଓ ଅଜୟ ମହନା । ସେପଟେ ଏହି ରାକେଟରେ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି ମଞ୍ଚେଶ୍ୱର ବନ୍ୟପ୍ରାଣୀ ରେଞ୍ଜର ସତ୍ୟାନନ୍ଦ ପାଲ । ତେବେ ଏହି ବିରଳ ପ୍ରଜତିର କଇଁଛ ବିଶେଷ କରି ରାଜ୍ୟ ବାହର ଓ ଦେଶ ବାହାରକୁ ଚାଲାଣ ହୋଇଥାଏ । ତେବେ ଆଇନତଃ ଏହା ଅପରାଧ ଓ ବିରଳ ପ୍ରାଣୀ ଯୋଗୁଁ ଏହାକୁ ବଞ୍ଜାଇ ରଖିବା ଆଇନରେ ରହିଛି । ତେବେ ଏହା ପୁର୍ବରୁ ଗତ ବର୍ଷ ୩୦ ଜୁଲାଇରେ ନୟାପଲ୍ଲୀ ଥାନା ଅଞ୍ଚଳର ଏକ ତାରକା ହୋଟେଲରୁ ୫ଟି କଇଁଛ ଉଧାର କରଯାଇଥିଲା । ଏହାସହ ପିପିଲି ଅଞ୍ଚଳରୁ ୨୦୦୯ରୁ ୧୦ମସିହା ଭିତରେ ପ୍ରାୟ ୨୪୦ଟି ଏହି ଭଳି କଇଁଛ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା । ଯାହକି ବିଶେଷ କରି ବଡବଡ ହୋଟେଲରେ ଏହାର ବେସ ଚାହିଦା ଥାଏ । ଏପରିକି ଏହାର କିଲୋ ପିଛା ଦର ୧୧୦୦ଟଙ୍କା ରହିଥାଏ । ଏହାକୁ କିଛି ଲୋକ ଲୁଚାଛପାରେ ଖାଇଥାନ୍ତି ।