ଡୁମେରଜୋର ଶ୍ରେଷ୍ଠ ପାଣି ପଞ୍ଚାୟତ
ନୂଆପଡା: ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ପଞ୍ଚାୟତରେ ଚାଷୀମାନଙ୍କ ଜମିକୁ ସୁଷମ ଜଳ ଆବଣ୍ଟନ ପାଇଁ ଭୁବନେଶ୍ୱର ଠାରେ ଜଳ ସମ୍ପଦ ବିଭାଗ,ଓଡ଼ିଶା ସରକାର ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ କରକମଲରୁ ଶ୍ରେଷ୍ଠ ପାଣିପଞ୍ଚାୟତ ପୁରସ୍କାରରେ ସମ୍ମାନିତ ହେଲେ ଖଡ଼ିଆଳ ବ୍ଲକ ଡୁମେରଜୋର୍ ପାଣି ପଞ୍ଚାୟତ । ଡୁମେରଜୋର ପାଣି ପଞ୍ଚାୟତର ସମ୍ପାଦକ ମାନବିନ୍ଦ୍ର ସିଂ ବାରିକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଡୁମେରଜୋର ପାଣିପଞ୍ଚାୟତ ଶ୍ରେଷ୍ଠ ପାଣି ପଞ୍ଚାୟତ ଭାବେ ପୁରସ୍କୃତ ହୋଇଥିବାରୁ ଖଡ଼ିଆଳ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।