ପିଏମଶ୍ରୀରେ ସାମିଲ ପାଣିକୋଇଲି ଉଚ୍ଚ ବିଦ୍ୟାଳୟ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ଯୋଜନାରେ ସାମିଲ କରାଯାଇଛି । କୋରେଇ ବ୍ଳକର ଏକ ମାତ୍ର ଏହି ବିଦ୍ୟାଳୟ ସାମିଲ ହେବା ପରେ ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ୬ଶହରୁ ଉର୍ଦ୍ଧ ଛାତ୍ର/ଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ବିଭିନ୍ନ ସମସ୍ୟା ଦେଇ ବିଦ୍ୟାଳୟ ଗତି କରୁଛି । ଯାହା ଫଳରେ ପିଏମଶ୍ରୀ ଯୋଜନାରେ ସାମିଲ ହେବା ପରେ ସମସ୍ତ ଅସୁବିଧା ଦୂର ହେବ ବୋଲି ମତ ପ୍ରକାଶ ପାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ନାୟକ, ବିଦ୍ୟାଳୟ ପରିଚାଳନା କିମଟିର ସଭାପତି ପ୍ରେମେଶ ମହାକୁଡ ଓ ଅନ୍ୟ ସଦସ୍ୟ ମାନେ ଏଥି ନିମନ୍ତେ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ଯାଜପୁର ସାଂସଦ ଡକ୍ଟର ରବି ନାରାୟଣ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।