ଡେଲି ପାସେଞ୍ଜର୍ ଟ୍ରେନ୍ ଚଳାଚଳ ଦାବି
କେନ୍ଦ୍ରାପଡ଼ା : ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡା ଷ୍ଟେସନ୍ରୁ କଟକରୁ ଭୁବନେଶ୍ୱର ଡେଲି ପାସେଞ୍ଜର ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ସମାଜସେବୀ ସମୀର ଚାନ୍ଦ କେନ୍ଦ୍ରାପଡା ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ, କେନ୍ଦ୍ରାପଡା ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି । ପ୍ରତ୍ୟେକ ଦିନ କଟକ, ଭୁବନେଶ୍ୱରକୁ ରେଳ ଚାଲିଲେ ସାଧାରଣ ଲୋକେ ଉପକୃତ ହେବେ । ଏହି ରେଳ ଚଳାଚଳ ହେଲେ ଚାଷୀ ଓ ବ୍ୟବସାୟୀ ସଂଘ ଉଭୟ ଲାଭକୃତ ହେବେ । ଚାଷ ଉପଯୋଗୀ ଉପକରଣ ଓ ଅନ୍ୟାନ୍ୟ ପ୍ରତ୍ୟେକ ଦ୍ରବ୍ୟ ଯାତାୟତରେ ସୁବିଧା ପାଇପାରିବା ଭିନ୍ନକ୍ଷମ ଲୋକମାନଙ୍କୁ ବସ୍ ଯାତାୟତରେ ବହୁତ ବାଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ରେଳ ଚଳାଚଳ ଦ୍ୱାରା ଭିନ୍ନକ୍ଷମ ଲୋକମାନଙ୍କୁ ଅନେକ ସେବା ମିଳିପାରିବ ।