ଢେଙ୍କାନାଳରୁ ଇଟାଲୀ ଗଲା ଆମ୍ରପଲି ଆମ୍ବ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରୁ ୨୫ କ୍ୱିଣ୍ଟାଲ ଆମ୍ରପଲି ଆମ୍ବ ସୁଦୁର ଇଟାଲିକୁ ପଠାଯାଇଛି । ସଦର ବ୍ଲକ ଭାପୁରର ବଳଦେବଜୀଉ ମହିଳା କୃଷକ ଉତ୍ପାଦକ ସଂଘ ପକ୍ଷରୁ ୪ର୍ଥ କନ୍ସାଇନ୍ମେଣ୍ଟ୨୫ କ୍ୱିଣ୍ଟାଲ ଆମ୍ରପଲ୍ଲି ଆମ୍ବ କୋଲକାତାକୁ ପଠାଯାଇଛି । ଏହି ସ୍ୱାଦିଷ୍ଟ ଆମ୍ବ କୋଲକାତା ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ୍ରୁ ସିଧାସଳଖ ଇଟାଲିକୁ ରପ୍ତାନି କରାଯିବ । ଆମ୍ବକୁ ବଳଦେବଜୀଉ କମ୍ପାନୀର ବିଓଡି ମେମ୍ବର୍ସମାନେ ଗ୍ରେଡିଙ୍ଗ୍, ସର୍ଟିଙ୍ଗ୍ ଓ ପ୍ୟାକେଜିଙ୍ଗ୍ କରିଥିଲେ । ଏହି ବଳଦେବଜୀଉ ମହିଳା କୃଷକ ଉତ୍ପାଦକ କମ୍ପାନୀକୁ ଗ୍ରାଂଣ୍ଟ ଥଂର୍ଟନ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ପରିବର୍ତନ ଦ୍ୱାରା ପରିଚାଳିତ ସାମାଜିକ ଓ ପରିବର୍ତନଶୀଳ ଗ୍ରାମୀଣ ଅର୍ଥନୈତିକ ସଶକ୍ତିକରଣ ପ୍ରକଳ୍ପ ଅଧିନରେ ୨୦୨୩ ମସିହାରେ ଗଠନ କରାଯାଇଥିଲା । ଏହି ଷ୍ଟ୍ରି ପ୍ରକଳ୍ପ ଅଧିନରେ ଓ ବଳଦେବଜୀଉ କମ୍ପାନୀ ମାଧ୍ୟମରେ ୩ଟି ପଂଚାୟତର ୧୩ଟି ଗ୍ରାମରେ ୫ ହଜାର ଚାଷୀଙ୍କ ଜୀବିକା ବୃଦ୍ଧି କରିବା ସହିତ ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ କାର୍ଯ୍ୟରତ ଅଛି । ଏହି ସ୍ୱାଦିଷ୍ଟ ଆମ୍ବକୁ ଆପେଡା, କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ, ଉଦ୍ୟାନ ବିଭାଗ ଓ ଗ୍ରାଂଟ୍ଥଂର୍ଟନ୍ ସହଯୋଗରେ ବଳଦେବଜୀଉ କମ୍ପାନୀ ଦ୍ୱାରା ଅନ୍ୟ ଦେଶକୁ ରପ୍ତାନି କରାଯାଇଛି । ଏହି ବଳଦେବଜୀଉ ମହିଳା କୃଷକ ଉତ୍ପାଦକ କମ୍ପାନୀ ବିଗତ ବର୍ଷରେ ୧ କୋଟି ୩୭ଲକ୍ଷ ଟଙ୍କା ବ୍ୟବସାୟ କରିଥିଲା ଓ ଏହି ବର୍ଷ ଦେଢକୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଯୋଜନା କରିଅଛନ୍ତି । ଆମ୍ବ ରପ୍ତାନି କାର୍ଯ୍ୟକ୍ରମରେ ଡ. ବିମଳେନ୍ଦୁ ମହାନ୍ତି, ଗ୍ରାଂଟ୍ ଥଂର୍ଟନ ପକ୍ଷରୁ ସମ୍ବିତ୍ ସାସ୍ମଲ୍, ବିନୟ ଦାସ, ନାରାୟଣ ଖଟୁଆ, ବଳଦେବଜୀଉ ମହିଳା କୃଷକ ଉତ୍ପାଦକ କମ୍ପାନୀର ବିଓଡି ସଦସ୍ୟା ଜ୍ୟୋତିର୍ମୟୀ ପ୍ରଧାନ, ପଦ୍ମିନୀ ସାହୁ, ସୂର୍ଯ୍ୟକାନ୍ତି ଖଟୁଆ, ଅଞ୍ଜଳି ସାହୁ, ପ୍ରିୟଦର୍ଶନୀ ଭୋଳ, ସୌମ୍ୟ ରଞ୍ଜନ ଭୋଳ, ସନ୍ତୋଷ ଖୁଂଟିଆ, ମଣ୍ଡି ଆନାଲିଷ୍ଟ ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତଥିଲେ ।