ତମାଣ୍ଡୋ କପ୍ ଟି-ଟ୍ୱେଣ୍ଟି ୟୁବି ରକଷ୍ଟାର୍ ବିଜୟୀ
ଭୁବନେଶ୍ୱର: ତମାଣ୍ଡୋ ଖେଳ ପଡିଆରେ ଚାଲିଥିବା ୭ମ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାତ୍ରପଡ଼ାର ୟୁବି ରକଷ୍ଟାର ବିଜୟୀ ହୋଇଛି । ଗୁରୁବାର ଅନୁଷ୍ଠିତ ମ୍ୟାଚ୍ରେ ୟୁବି ରକଷ୍ଟାର୍ ୪ ୱିକେଟରେ ଟିସିସି ଭୁବନେଶ୍ୱରକୁ ହରାଇ ବିଜୟୀ ହୋଇଛି । ୟୁବି ରକଷ୍ଟାର ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଟିସିସି ଭୁବନେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫.୫ ବଲ୍ରେ ଅଲ୍ଆଉଟ୍ ହେବା ସହ ୧୧୭ ରନ୍ କରିଥିଲା । ଟିସିସି ରାହୁଲ ରେଦୁ ୩୧ ବଲ ଖେଳି ୨୭ ରନ କରିଥିବା ବେଳେ ସୟଦ ଜ୍ୟାକି ୮ଟି ବଲ୍ ଖେଳି ୧୫ ରନ କରି ଦଳକୁ ୧୧୭ ରନରେ ପହଞ୍ଚାଇଥିଲେ । ୧୧୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୟୁବି ରକଷ୍ଟାର୍ ନିର୍ଦ୍ଧାରିତ ୧୩ ଓଭରରେ ୬ଟି ୱିକେଟ ହରାଇ ୧୧୮ରେ ବିଜୟୀ ହୋଇଥିଲା । ଆଜି ମ୍ୟାଚ୍ରେ ବିଜେଡି ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ୟୁବି ରକ୍ଷ୍ଟାର୍ର ଏସ କେ ସଲମନଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଆସନ୍ତାକାଲି ଟିସିସି ଭୁବନେଶ୍ୱର ଓ କନିକା ୱାରିଅର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।