ତାଇକୋଣ୍ଡୋରେ ଢେଙ୍କାନାଳକୁ ୩୨ ସ୍ୱର୍ଣ୍ଣ 

ଢେଙ୍କାନାଳ: ମହାରାଷ୍ଟ୍ରର ପୁନେ ସହର ସ୍ଥିତ ରାମଚନ୍ଦ୍ର ସଭାଗୃହ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ୩ୟ ଓପେନ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ଢେଙ୍କାନାଳ ଟିମ୍ରେ ପ୍ରତିନିଧିତ୍ୱ କରିବା ପାଇଁ ଖେଳାଳୀମାନେ ପୁନେ ଯାଇଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀ ପ୍ରୀତିଲଗ୍ନା ଶତପଥୀ, ସାନଭି ସାଇ ଲକ୍ଷ୍ମୀ, ଅମ୍ରିତା ସାହୁ, ସାନଭି ସୋନାରୀକା ରାଉତ, ଅନ୍ୱେଷା ପାଣିଗ୍ରାହୀ, ପ୍ରତାପ ନାୟକ ରୌପ୍ୟ ପଦକ ହାସଲ କରିଥିବା ପ୍ରତିଯୋଗୀ ହେଲେ ସିକ୍ରିତି, ବିଶ୍ୱ ରଞ୍ଜନ ବେହେରା, ସୌମିକ ମହାନ୍ତି, ଇଶାନ ରାଉତ, ସମ୍ରାଟ ଲେଙ୍କା ଏବଂ କାଂସ୍ୟପଦକରେ ବିଦୁସ୍ମିତା ବେହେରା, ପ୍ରିନ୍ସ ପ୍ରଧାନ, ଶ୍ରେୟାଂଶ ସ୍ୱାଇଁ, ଅକ୍ଷତ ଯୋଶୀ ଓ ରାଜେନ୍ଦ୍ର ବେଉରା ରହିଛନ୍ତି । ସବ୍ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟର ବିଭିନ୍ନ ଓଜନ ବିଭାଗରେ କୁ୍ୟରୋଗୀରେ ହାସଲ କରିଥିଲାବେଳେ ପୁମସେ ପ୍ରତିଯୋଗିତାରେ ଭାଗ ନେଇ ୯ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ୩ କାଂସ୍ୟ ପଦକ, ସେହିପରି ଆତ୍ମରକ୍ଷା ପ୍ରତିଯୋଗିତାରେ ୪ସ୍ୱର୍ଣ୍ଣ, ୪ରୌପ୍ୟ, ସ୍ପିଡ଼ କିକ୍ରେ ୮ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ଜମପିଙ୍ଗ କିକ୍ ପ୍ରତିଯୋଗିତାରେ ୫ସ୍ୱର୍ଣ୍ଣ ଓ ୧ରୌପ୍ୟ ପଦକ ହାସଲ କରିବା ସଙ୍ଗେ ସଙ୍ଗେ ସମୁଦାୟ ୫ଟି ପ୍ରତିଯୋଗିତାରେ ୩୨ସ୍ୱର୍ଣ୍ଣ, ୧୭ ରୌପ୍ୟ ଏବଂ ୭ କାଂସ୍ୟ ପଦକ ସହ ତୃତୀୟ ସ୍ଥାନ ବଜାଇ ରଖିଥିବାରୁ ଦ୍ୱିତୀୟ ରନର ଅପ୍ ଟ୍ରଫି ମଧ୍ୟ ଓଡ଼ିଶା ଟିମ ପାଇଁ ହାସଲ କରିଛନ୍ତି । ୫ଟି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇ ପ୍ରୀତିଲଗ୍ନା ଶତପଥୀ ଶ୍ରେଷ୍ଠ ଖେଳାଳି ତଥା ଗୋଲଡେନ ଗାର୍ଲ ଟାଇଟଲ ହାସଲ କରିଛନ୍ତି । ଏହି ଗ୍ରସ୍ତରେ ଟିମ ସହିତ ମ୍ୟାନେଜର ଭାବେ ପ୍ରଶାନ୍ତ ଶତପଥୀ, ନନ୍ଦିନୀ ଲେଙ୍କା ଏବଂ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ  ଇଂ ସୌମ୍ୟବ୍ରତ ସାହୁ ଗସ୍ତ କରିଥିଲେ  । ଏହି ସଫଳତା ପାଇଁ ଓଡ଼ିଶା ତଥା ଜିଲ୍ଲାର ବିଭିନ୍ନ ଖେଳ ପ୍ରେମୀମାନେ ପ୍ରସଂଶା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।