‘ସୌର ବିକିରଣ’ ଶୀର୍ଷକ ପାଠଚକ୍ର 

 ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ରୋଡ ସ୍ଥିତ ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ  ‘ସୌର ବିକିରଣ’ ଶୀର୍ଷକରେ ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ଅଧ୍ୟାପକ ନୀଳକଣ୍ଠ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପାଠଚକ୍ରରେ ଅଧ୍ୟକ୍ଷ ଡ. ଶମ୍ଭୁପ୍ରସାଦ ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସୌର ବିକିରଣର  ଉପକାରିତା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀଯୁକ୍ତ ଦାସ ସୌର ବିକିରଣର ବ୍ୟବହାର ସମ୍ପର୍କରେ  ଆଲୋଚନା କରିଥିଲେ । ଅଧ୍ୟାପିକା ଦୀପଶିଖା କର ବିଷୟ ପ୍ରବେଶ କରାଇଥିଲେ । ଛାତ୍ର ଦିବ୍ୟରଞ୍ଜନ ନାୟକ, ଶୁଭ୍ରଜିତ୍ ଦେହୁରୀ, ଛାତ୍ରୀ ସାଲୋନୀ କରନ ପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପିକା ସ୍ୱାତୀସ୍ନିଗ୍ଧା ପାଣିଗ୍ରାହୀ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଛାତ୍ର ଦିଗାମ୍ବର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।