ତିହିଡି ମହୋତ୍ସବର ଭିନ୍ନତା ଅଛି: ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ 

 ତିିହିଡି: ତିହିଡି ମହୋତ୍ସବର ଭିନ୍ନତା ଅଛି । ଏହା ତିହିଡି, ଭଦ୍ରକ ଅଥବା ରାଜ୍ୟରେ ସୀମିତ ରହିନାହିଁ ବରଂ ବାହାର ରାଜ୍ୟରେ ଏହାର ସୁଖ୍ୟାତି ପହଂଚି ପାରିଛି । ଏପରି ମହୋତ୍ସବ ତିହିଡ଼ିର ପରିଚୟକୁ ବୃଦ୍ଧି କରିଛି । ଏହି ମହୋତ୍ସବ ତିହିଡ଼ିର ପ୍ରତିଭା ଅନ୍ୱେଷଣ କରିବାରେ ସଫଳ ପ୍ରୟାସ କରିବା ସହ ଏକ ବୋଲି ତୃତୀୟ ସଂଧ୍ୟାରେ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା, ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରୋହିତ୍ୟ ଓ ଡ. ଲକ୍ଷ୍ମୀଧର ତି୍ରପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଶିଳ୍ପୀ ଅଶୋକ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ହାସ୍ୟ ଅଭିନେତା ସୁମନ ଉପସ୍ଥିତ ରହି ମନୋରଂଜନ କରାଇଥିଲେ । ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ତିହିଡ଼ିର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସଭାରେ ଆଦର୍ଶ ଚାଷୀ ଓ ଶବଦାହ କରିବାରେ ଅଗ୍ରଣୀ ଭୂମିକା ନେଉଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ତିହିଡ଼ିର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।