‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଫଟୋ ପଦର୍ଶନୀ
କେନ୍ଦ୍ରାପଡା: ‘ତୁଳସୀ କ୍ଷେତ୍ର ମାହାତ୍ମ୍ୟ’ ଆଧାରରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦିବ୍ୟଲିଳା ପଟୋଚିତ୍ର ପ୍ରଦର୍ଶନୀ ସ୍ନାନମଣ୍ଡପ ଉପରେ ମହାପ୍ରଭୁଙ୍କ ୨୨ଗୋଟି ଦିବ୍ୟ ବେଶ ଓ ପ୍ରାଚିନ କ୍ଷେତ୍ର ଉପାଖ୍ୟାନ ଲିଖିତ ୍ର ପଦର୍ଶିତ ହୋଇଥିଲା । ଶ୍ରୀବଳଦେବଜୀଉଙ୍କର ପବିତ୍ର ଜନ୍ମଭିଷେକ ନୀତି ପାଳନ ହେବା ଅବସରରେ ଜିଲ୍ଲାପାଳ ରଘୁରାମ ଆୟାରଙ୍କ ଦ୍ୱାରା ମନ୍ଦିର ପୁରୋହିତ ଗୋସାଇଁଙ୍କ ମନ୍ତ୍ରପାଠରେ ଲୋକାର୍ପିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ବଳଦେବଜୀଉ ପରିଚାଳନା କମିଟି ବା ନ୍ୟାସୀ ମଣ୍ଡଳୀର ନୂତନ ସଭାପତି ନବକୃଷ୍ଣ ଜେନା ଏସଡିପିଓ ଦେବଜ୍ୟୋତି ଗୌଡ ସଦର ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଉପସ୍ଥିତ ଥିଲେ । ଉମାକାନ୍ତ ବଳ, ରାଜେଶ ବେହେରା, ଗଣେଶ୍ୱର ମେକାପ, ନିରଞ୍ଜନ ମେକାପ, ଅଞ୍ଜନ କୁମାର ପୃଷ୍ଟି, ଅଜୟ କୁମାର ବିହାରୀ, ମନୋଜ କୁମାର ନନ୍ଦ, ନିମାଇ ଚରଣ କର, ନୃସିଂହ ଚରଣ ପତ୍ରୀ, ଅଭୟ ଦାସ, ଆଶୁତୋଷ ପଣ୍ଡା, ହିମାଂଶୁ କୁମାର ରାଉତ, ଆଶିଷ ପ୍ରଧାନ, ନିରୁପମା ରାଉତ, ଆଲୋକ ସାହୁ, ବଳଦେବ ସେନା ସଭାପତି ପୁପୁନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।