ଶନୈଶ୍ଚର ଜଳାଭିଷେକ ଓ ଯଜ୍ଞ ଅନୁଷ୍ଠିତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ସହର ସ୍ଥିତ ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ସେହିପରି ସହରସ୍ଥ ଗଣାମାହାଲ ସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନୈଶ୍ଚରାୟ ବିଶ୍ୱଶାନ୍ତି ମହାଯଜ୍ଞ କମିଟି ଆନୁକୂଲ୍ୟରେ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଶନିବାର ଦିନ ପ୍ରାତଃ ୬ଟା ୩୦ମିନିଟ୍ରେ ଘଟ ନିମଜ୍ଜନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆବସ୍ଷ୍ଟାଣ୍ଡ ଶନିଘାଟରୁ ପାଣି ଆଣି ଘଟସ୍ଥାପନ କରିଥିଲେ । ପ୍ରାତ ୮ଟା ୩୦ମିନିଟ୍ରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯିବା ସହିତ ରାତ୍ର ୧୦ଟା ୩୦ମିନିଟ୍ରେ ଯଜ୍ଞର ପୂର୍ଣ୍ଣାହୁତି କରାଯାଇଥିଲା । ସେହିପରି ତିନିମୁହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର, କୋର୍ଟ ଛକ ଶନିମନ୍ଦିର, ଗରାପୁର କାଳିମନ୍ଦିର ସ୍ଥିତ ଶନି ମନ୍ଦିରରେ ବହୁ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଆସି ଶନିଙ୍କ ନିକଟରେ ଜଳାଭିଷେକ କରିବା ପରେ ଯଜ୍ଞରେ ସାମିଲ ହେଇଥିଲେ । ଏହି ଉପଲକ୍ଷେ ରାଜନୈତିକ ଦଳର ବହୁ ନେତାମାନେ ଆସି ଶନି ଦେବତାଙ୍କ ଆର୍ଶୀବାଦ ନେଇଥିଲେ ।