ତେଲେଙ୍ଗିରି ଜଳଭଣ୍ଡାର ଖାଲି, ଚାଷ ପ୍ରଭାବିତ

 ବୋରିଗୁମ୍ମା: ତେଲିଙ୍ଗିରି ବନ୍ଧ ଯୋଗୁଁ କେନାଲ ମାଧ୍ୟମରେ ହଜାର ହଜାର ଚାଷୀ ଉପକୃତ ହେଉଥିଲା ହଜାର ହଜାର ହେକ୍ଟର ଜମିକୁ ପାଣି ମାଡୁଥିଲା ଆଉ ରବି ଫୋସଲ ଚାଷ କରି ଚାଷିକୂଳ ବେସ ଆନନ୍ଦିତ ହେଇଥିଲେ । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କି ବନ୍ଧ ନିର୍ମାଣରେ ତ୍ରୁଟି ଯୋଗୁଁ ସ୍ଲୁଇସ ଗେଟ୍ ଦେଇ ସମସ୍ତ ଜଳ ଲିକ୍ ହୋଇ ଆଜି ତେଲିଙ୍ଗିରି ବନ୍ଧ ସମ୍ପୂର୍ଣ୍ଣ ଖାଲି । ଚଳିତ ରବି ଋତୁରେ ଚାଷ ପ୍ରଭାବିତ । ତେଲିଙ୍ଗିରି ବହୁମୁଖୀ ଜଳସେଚନ ପ୍ରକଳ୍ପ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଦାୟୀ କିଏ, ଏହା ଲିକେଜ ନା ଡ଼େମେଜ ଲାଗି ଜଳ ଭଣ୍ଡାରରୁ ଅହରହ ବାହାରୁଛି ପାଣି । ଏ ଦୃଶ୍ୟ ହେଉଛି ନଭେମ୍ବର ୧୪ ତାରିଖର ଦୃଶ୍ୟ ଘୁ ଘୁ ଗର୍ଜନ କରି ଜଳ ଭଣ୍ଡାରରୁ ପ୍ରଖର ସ୍ରୋତରେ ବାହାରୁଛି ପାଣି । ଆଉ ଏ ହେଉଛି ଆଜିର ଦୃଶ୍ୟ ଦୀର୍ଘ ଦେଢ ମାସ ଭିତରେ ପୁରା ଖାଲି ହୋଇଗଲା ଜଳ ଭଣ୍ଡାର । ଜଳ ଭଣ୍ଡାରର ୧୦୦ ଫୁଟ ତଳେ ଥିବା କୋଂଷ୍ଟ୍ରୋକସନ ସ୍ଲୁଇସ ଗେଟ୍ ଦେଇ ଡ୍ୟାମରୁ ପାଣି ଲିକ ହେବା ଆରମ୍ଭ ହୋଇଥିଲା ଧୀରେ ଧୀରେ ପ୍ରଖର ସ୍ରୋତରେ ପାଣି ଲିକ ହେଲା । ବିଭାଗୀୟ ଅଧିକାରୀଙ୍କ ଅହରହ ଚେଷ୍ଟା ସତ୍ତ୍ୱେ ପାଣିକୁ ଅଟକାଇ ପାରିଲେ ନାହିଁ । ଏବେ ସମ୍ପୂର୍ଣ୍ଣ ଖାଲି ହୋଇଗଲା ଡ୍ୟାମ ।ଚଳିତ ବର୍ଷ ମରାମତି କାର୍ଯ୍ୟ ଆରମ୍ଭ ହେବ । ଆଉ ଚାଷୀ ପାଇବେ ନାହିଁ ପାଣି ରବି ଋତୁରେ ହଜାର ହଜାର ଚାଷୀ ପ୍ରଭାବିତ ହେବେ । ଯେଉଁ ମାନଙ୍କ ଯୋଗୁଁ ତେଲିଙ୍ଗିରି ଜଳ ଭଣ୍ଡାରରେ ଏଭଳି ତ୍ରୁଟି ଯୋଗୁଁ ଆଜି ହଜାର ହଜାର ଚାଷୀ ପ୍ରଭାବିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଚାଷୀ । ୨୦୦୩ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ରାଣିଗଡ଼ ଠାରେ ଚାଷୀଙ୍କ ନିମନ୍ତେ ତେଲିଙ୍ଗିରି ବନ୍ଧ ନିର୍ମାଣ କରାଯାଇଥିଲା ।୨୦୧୯ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକାରୀ ହୋଇ କେନାଲ ମାଧ୍ୟମରେ ଜମିକୁ ଜଳସେଚନ ସୁବିଧା ସୁଯୋଗ ପାଇ ପାରିଲେ ଚାଷୀ ।ତେଲିଙ୍ଗିରି ବନ୍ଧ ର ଜଳ ପ୍ରାୟ ୧୫ ଗୋଟି ପଞ୍ଚାୟତ ର ଚାଷୀ ଉପକୃତ ହୋଇ ପାରୁଥିଲେ ।ଏହି ବନ୍ଧ ଚାଷୀଙ୍କ ପାଇଁ ଡ୍ରିମ ପ୍ରୋଜେକ୍ଟ ଥିଲା । ଏହି ବନ୍ଧ ଯୋଗୁଁ ପ୍ରାୟ ୨୫୦୦୦ ହଜାର ହେକ୍ଟର ଚାଷଜମି ରେ ଖରିଫ ଚାଷ ଏବଂ ୨୦ ହଜାର ହେକ୍ଟର ଚାଷଜମିରେ ରବି ଋତୁ ଚାଷ ହେଉଥିଲା ଏବଂ ୨୪ ହଜାର ଚାଷୀ ଉପକୃତ ହେଉଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରିଥିବା ବେଳେ ଚାଷୀ ଆଶା କରିଥିଲେ ରବି ଋତୁରେ ଭଲ ଚାଷ କରି ଦୁଇ ପଇସା ରୋଜଗାର କରିବେ ହେଲେ ତେଲିଙ୍ଗିରି ଜଳ ପ୍ରକଳ୍ପର ଏପରି ଅବସ୍ଥା ଦେଖି ଚାଷୀଙ୍କ ଆଶା ମଉଳି ଯାଇଛି । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି ଚଳିତ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ । ବିଭାଗୀୟ ଅଧିକାରୀଙ୍କ ଭୁଲ ହେଉ କିମ୍ବା ନିର୍ମାଣ ଯନ୍ତ୍ରୀଙ୍କ ତ୍ରୁଟି ପାଇଁ ଆଜି ତେଲିଙ୍ଗିରି ଜଳ ଭଣ୍ଡାର ଖାଲି ହୋଇଗଲା ।ଫଳରେ ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ।