ତେଲେନଡିହି ଜଙ୍ଗଲରୁ ଖଣିଜ ଲୁଟ୍ ମାମଲା: ଖଣି ଓ ରାଜସ୍ବ ବିଭାଗ ସାମୟିକ ଚଢଉ ବନ୍ଦ

ତେଲେନଡିହି ଜଙ୍ଗଲରୁ ଖଣିଜ ଲୁଟ୍ ମାମଲା:  ଖଣି ଓ ରାଜସ୍ବ ବିଭାଗ ସାମୟିକ ଚଢଉ ବନ୍ଦ

ସୁନ୍ଦରଗଡ଼: ତେଲେନଡିହି ଜଙ୍ଗଲରୁ ଖଣିଜ ଲୁଟ୍ ମାମଲାରେ ଦୁଇ ଦିନର କସରତ ପରେ ଚଢଉକୁ ସାମୟିକ ବନ୍ଦ କରିଛି ଖଣି ବିଭାଗ ଓ ରାଜସ୍ବ ବିଭାଗ । ଗତ ୨ ଦିନର ଚଢଉରେ ଖଣି ବିଭାଗ ୧୫୦ ଶହ ଟନ ଚୋରା ଗଚ୍ଛିତ କୋଇଲାକୁ ଜବତ କରାଯାଇଛି । ମାତ୍ର ୨୦ରୁ ୨୫ ଟି ଖଣିରୁ ଉଦ୍ଧାର ହୋଇଛି ୧୫୦ ଟନ କୋଇଲା । ପରବର୍ତ୍ତୀ ପର୍ଯ୍ୟାୟରେ ତେଲେନଡ଼ିହି ଜଙ୍ଗଲରେ ଆହୁରି କିଛି ରହିଥିବା ଖଣିର ସନ୍ଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଜବତ କୋଇଲାକୁ ଏମ୍ସିଏଲରେ ସୁରକ୍ଷିତ ଭାବରେ ରଖାଯାଇଛି। ଆଗାମୀ ଦିନରେ ଏହାକୁ ନିଲାମ କରାଯିବ ବୋଲି ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ ସୂଚନା ଦେଇଛନ୍ତି।