ତୋଟାପଡ଼ା ଆଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ

 ବୈଶିଙ୍ଗା : ବୈଶିଙ୍ଗା ଥାନା ସୀମାନ୍ତରେ ଥିବା ତୋଟାପଡା ପଞ୍ଚାୟତର ତୋଟାପଡା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ  ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼. ପ୍ରଦୀପ୍ତ କୁମାର ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ତୋଟାପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁଶ୍ରୀ ଅନୁସୂୟା ମହାନ୍ତ, ବେତନଟୀ ବନାଞ୍ଚଳ ଅଧିକାରୀ ମନୱର ଖାଁ, ରାସଗୋବିନ୍ଦପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କୁମାର ମାଣ୍ଡି, ରାଣୀଭୋଳ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର କର, ଜିଲ୍ଲା କଲ୍ୟାଣ ଶିକ୍ଷକ ସଂଘର ସଭାପତି ଚିତ୍ତରଞ୍ଜନ ପ୍ରତିହାରୀ, ଜିଲ୍ଲା କଲ୍ୟାଣ ଶିକ୍ଷକ ସଂଘର ସମ୍ପାଦକ ଧ୍ରୁବଚରଣ ମୁର୍ମୁ, ଜିଲ୍ଲା କଲ୍ୟାଣ ଶିକ୍ଷକ ସଂଘର ଉପଦେଷ୍ଟା ଦୀପ୍ତିକାନ୍ତ ଜେନା, ଦୀପକ କୁମାର ଦଣ୍ଡପାଟ, ବିଶ୍ୱନାଥ ସାହୁ ଏବଂ ତୋଟାପଡା ଆଶ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଙ୍ଗନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ଜେନା, ରାଇକମା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ଦାଶ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ଚନ୍ଦନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ ଭୂୟାଁ ଏବଂ ସାମ୍ବାଦିକ ଭାବେ ଅଶୋକ କୁମାର ମହାନ୍ତି, ସୀତାନାଥ ବେହେରା, ସଞ୍ଜୟ ମିଶ୍ର, ବେତନଟୀ ବ୍ଲକ ପ୍ରେସ୍ କ୍ଲବ ସଭାପତି ପ୍ରକାଶ ବେହେରା, ଓସିଏ କମ୍ପୁ୍ୟଟର ଏକାଡେମୀର ନିଦେ୍ର୍ଦଶକ ମଧୁସୂଦନ ମହାନ୍ତି, ପୂର୍ବତନ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଅନୁଷ୍ଠାନ ସହିତ ଜଡିତ ତାଙ୍କର ଭାବାବେଗ ସମ୍ପର୍କରେ ଆଲୋକପାତ କରିଥିଲେ ।  ସଭାକାର୍ଯ୍ୟ ସମ୍ପନ୍ନ ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବଙ୍କିମ ଚନ୍ଦ୍ର ବାରିକ ପରିଚାଳନା କରିଥିଲେ । ଶେଷରେ ତୋଟାପଡା ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ପାର୍ଥ ସାରଥୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।