ଥାନା ଦୁଆର ମୁହଁ ଜଗିଲା ପୁଲିସ 

 ଧର୍ମଶାଳା : ଧର୍ମଶାଳା ଥାନା ଦୁଆରମୁହଁ ଜଗିଛି ପୁଲିସ । ଥାନା ଦୁଆରମୁହଁ ଜଗିଥିବା ଗୃହରକ୍ଷୀ ଥାନାକୁ ପ୍ରବେଶ କରୁଥିବା ଲୋକମାନଙ୍କୁ ଅଟକାଇ ପଚରା ଉଚରା କରୁଥିବାର ଦେଖିବାକୁ ମିଳିଛି । ଆଜିଠାରୁ ଥାନାକୁ ଆସୁଥିବା ସମସ୍ତ ଲୋକଙ୍କ ନାମ, ଠିକଣା, ଫୋନ ନମ୍ବର ଓ କେଉଁ ଉଦେଶ୍ୟରେ ଥାନାକୁ ଆସି ତାହା ଲେଖୁଛନ୍ତି । କିଛି ଦିନ ହେବ ଅନେକ କାର୍ଯ୍ୟ ନଥିବା ଲୋକ ଥାନାକୁ ଆସି ହୋ ହଲା କରୁଥିବାରୁ ଏଭଳି ଦୁଆରମୁହଁ ଜଗାଯାଇଥିବା କୁହାଯାଉଛି । ସୂଚନା ମୁତାବକ କିଛି ଦିନ ତଳେ ଥାନାରେ ରାତିରେ ଡିସିଓ ଓ ସେଣ୍ଟ୍ରିଥାଇ ମଧ୍ୟ ଥାନା ପରିସରରୁ ଏକ ଜବତ କରାଯାଇଥିବା ଟ୍ରାକ୍ଟରକୁ ଦୁର୍ବୃତ୍ତ ନେଇ ଯାଇଥିଲେ । ଅନେକ ଅସମାଜିକ ଯୁବକ ଥାନା ଭିତରେ ପଶି ଗାଳି ଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ । ଥାନାର ହେଉଥିବା କାର୍ଯ୍ୟ ଓ ଥାନାର ସୁରକ୍ଷା ପାଇଁ ଏହା କରାଯାଇଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଏହା ଜନସାଧାରଣ କେତେ ଦୁର ଗ୍ରହଣ କରୁଛନ୍ତି ଓ କେତେ ଦିନ ପର୍ଯ୍ୟନ୍ତ ଏହା ଚାଲିବ ତାହା ଦେଖିବାର ଅଛି ।