ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ତଥା ଶାନ୍ତିପୁର ପଞ୍ଚାୟତ ଅନ୍ତର୍ଗତ ବେଣାପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଶ୍ରିତ ପାଞ୍ଜାଧାରୀ ସହପ୍ରତି ଋତିକ ବା‚ାନିଧି ସ୍ୱାଇଁ (୭୬) ଙ୍କର ଆଜି ପରଲୋକ ଘଟିଛି । ଗତ କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତରୋଗରେ ପୀଡିତ ଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ କରାଯାଇଥିବା ବେଳେ ବଡ଼ପୁଅ ଅମିତାଭ ମୁଖାଗ୍ନି ଦେଇଥିଲେ । ସୂଚନା ମୁତାବକ ସ୍ୱର୍ଗତ ସ୍ୱାଇଁ ବେଣାପୁର ସତସଙ୍ଗ କେନ୍ଦ୍ରର ସଭାପତି ଥିବା ବେଳେ ଚଣ୍ଡିଖୋଲ ସତଙ୍ଗତ ବିହାରର ଅନ୍ୟତମ ସହଯୋଗୀ ପ୍ରତିଷ୍ଠାତା ଥିଲେ । ଶିକ୍ଷକତା ସହିତ ସେ ଜୀବନବ୍ୟାପୀ ନିଜକୁ ଶ୍ରୀ ଶ୍ରୀ ଠାକୁରଙ୍କ ଆଦର୍ଶ ଭାବଧାରାରେ ସମର୍ପିତ କରିଥିଲେ । ତାଙ୍କ ବିୟୋଗାତ୍ମକ ଖବର ପାଇ ସହପ୍ରତି ଋତି୍ୟକ ରବୀନ୍ଦ୍ର କୁମାର ମିଶ୍ର, ଦେବେନ୍ଦ୍ର ନାଥ ନାୟକ, ନଟବର ସାହୁ, ପଦ୍ମନାଭ ସାହୁ, ଲୋକନାଥ ସେନାପତି, ମୂରଲୀଧର ନାୟକ, କୁଶଭଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାରପାତ୍ର, କବି ନିରଞ୍ଜନ ଜେନା, ପ୍ରେମାନନ୍ଦ ବିଶ୍ୱାଳ, ଭକ୍ତ ଚରଣ ସାହୁ, ରାକେଶ ବାରିକ ଓ ଏକାଦଶୀ ସେଠୀଙ୍କ ସମେତ ବହୁ ଗୁରୁଭାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।