ଥରିଲା ବହୁ ଅଞ୍ଚଳ
ଧର୍ମଶାଳା: ଆଜି ଅପରାହ୍ନରେ କାଳବୈଶାଖି ପ୍ରଭାବରେ ହୋଇଥିଲା ପ୍ରଚଣ୍ଡ ବଜ୍ରପାତ । ବର୍ଷା ସାଙ୍ଗକୁ ବିଜୁଳି-ବଜ୍ରପାତ ଏଭଳି ଭାବେ ହୋଇଥିଲା ଯେ ଜିଲାର ବହୁ ଅଞ୍ଚଳ ଥରିଥିଲା । ବଜ୍ରପାତରେ ବହୁ ବିଦୁ୍ୟତ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିଲା । ଆଜି ପୂର୍ବାହ୍ନରେ ପାଗ ଯେଭଳି ଉତ୍ତପ୍ତ ରହିଥିଲା ଅପରାହ୍ନରେ ସେଭଳି ଭାବେ ବଜ୍ରପାତ ହୋଇଥିଲା । ଦିନ ପ୍ରାୟ୨ ଟା ପରେ ହଠାତ ଆକାଶରେ କଳାବାଦଲ ଘୋଟି ଆସିବା ସହ ପ୍ରଚଣ୍ଡ ବେଗରେ ଘଡଘଡି ମାରିଥିଲା । ବଜ୍ରପାତ ସାଙ୍ଗକୁ ପ୍ରାୟ ୧ ଘଣ୍ଟାକାଳ ମୂଶଳଧାରରେ ବର୍ଷା ଲାଗିରହିଥିଲା । ଫଳରେ ଅନେକ ତଳିଆ ଅଂଚଳରେ ପାଣି ଭର୍ତ୍ତି ହୋଇଯାଇଛି । ଧର୍ମଶାଳା ବ୍ଲକ ଜାରକା ବଜାରକୁ ସଂଯୋଗ କରୁଥିବା ଶାନ୍ତିବଜାର ଓ ଜାରକା ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହୋଇଥିଲା । ବଜ୍ରପାତ ଯୋଗୁଁ ଅନେକ ସ୍ଥାନରେ ବିଜୁଳି ସରବରାହ ବାଧାପ୍ରାପ୍ତ ହୋଇଛି । ବଜ୍ରପାତ ଯୋଗୁଁ ବିଜୁଳି ଖୁଣ୍ଟରେ ଲାଗିଥିବା ସଂଖ ଫାଟି ଯାଇଥିବାରୁ ବିଦୁ୍ୟତ ସରବରାହ ବାଧାପା୍ରପ୍ତ ହୋଇଛି । ତେବେ ବର୍ଷା କାରଣରୁ ସକାଳୁ ଲାଗିରହିଥିବା ଗୁଳୁଗୁଳିରୁ କିଛି ମାତ୍ରାରେ ଆସ୍ତସ୍ତି ମିଳିଛି ।