୫ ଗୋରୁ ମୃତ
ସିଂହପୁର: ଅପରାହ୍ନରେ ଘଟିଥିବା ବଜ୍ରାଘାତରେ ବିଞ୍ଝାରପୁର ବ୍ଳକ ରାଉତରା ଗ୍ରାମରେ ୫ଟି ଗୋରୁଙ୍କ ମୃତୁ୍ୟ ଘଟିଛି । ସୋମବାର ଦିବା ପ୍ରାୟ ୩ ଘଟିକା ସମୟରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଗ୍ରାମ ନିକଟରେ ଥିବା ଏକ କୀର୍ତ୍ତିନ ମଣ୍ଡପ ନିକଟରେ କିଛି ବଳଦ ଓ ଗାଈ ଚରୁଥିବା ବେଳେ ବର୍ଷା ଯୋଗୁଁ ସେମାନେ ନିକଟସ୍ଥ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ହଠାତ ବଜ୍ରପାତ ହେବା ଫଳରେ ଗଛ ମୂଳରେ ଥିବା ଗୋରୁ ଗୁଡିକ ମୃତୁ୍ୟ ବରଣ କରିଥିଲେ । ଖବର ପାଇ ଚନ୍ଦ୍ରମୁହଁ ପଞ୍ଚାୟତ ସରପଞ୍ଚ ମାନସ ରଂଜନ ମଲ୍ଲିକ ଘଟଣାସ୍ଥଳରେ ପହଁଚି କ୍ଷତିଗ୍ରସ୍ତ ପରିବାର ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଂଞ୍ଜିତା କୁମାରୀ ଦାସ ଦୁଃଖ ପ୍ରକାଶ କରିଥିଲେ । ପ୍ରାଣୀ ବିଭାଗ ଏବଂ ତହସିଲ କାର୍ଯ୍ୟାଳୟ ତରଫରୁ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।                         
 
 Rasmita Behera
                                    Rasmita Behera                                 
    
 
    
 
 
 
