ଥାନାରୁ କଫ୍ ସିରଫ ଚୋରି କରି ଥାନା ବାବୁ ନିଲମ୍ବିତ

ଥାନାରୁ କଫ୍ ସିରପ ଚୋରି କରି ଥାନା ବାବୁ ନିଲମ୍ବିତ । ଟାଉନ ଥାନାରେ କାର୍ଯ୍ୟରତ ଏଏସ୍ଆଇ ବିଦ୍ୟୁତ୍ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍ପି । ଟାଉନ ଥାନା ପରିସରରୁ କଫ୍ ସିରଫ୍ ଭର୍ତ୍ତି ୨ଟି ବକ୍ସ ନେଇଯିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ଏନେଇ ସମ୍ବଲପୁର ଏସପି ଜାଣିବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନିକଟରେ ଟାଉନ ପୋଲିସ ପ୍ରାୟ ୧୫ ହଜ଼ାର କଫ୍ ସିରପ ଜବତ କରିଥିଲା । ସେହି କଫ୍ ସିରପ ସବୁ ଥାନା ମାଲଖାନାରେ ରଖା ଯାଇଥିଲା । ଏଏସଆଇ ବିଦ୍ୟୁତ ପଣ୍ଡା ମାଲ ଖାନାରୁ ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ୍ ସିରପ ଅନ୍ୟତ୍ର ରଖି ଦେଇଥିଲେ । ଏହି ଘଟଣା ସମ୍ବଲପୁର ଏସପି ଜାଣିବା ପରେ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ୍ ସିରପ ମଧ୍ୟ ଜବତ କରିଥିଲା ।