ଦକ୍ଷତା ବିକାଶ ତାଲିମ୍

କେନ୍ଦ୍ରାପଡା : କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ କୃଷି ଉପରେ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡାର ୫ଗୋଟି ବ୍ଲକରୁ ୩୦ରୁ ଊଦ୍ଧ୍ୱର୍ ଚାଷୀମାନେ ଅଂଶଗ୍ରହଣ କରି ଆଧୁନିକ କୃଷିର ଭୟବହତା ଓ କୁପରିଣାମ ବିଷୟରେ ପଚାରି ବୁଝିଥିଲେ । ଏହାକୁ କିପରି ପ୍ରାକୃତିକ କୃଷି ମାଧ୍ୟମରେ ବିନା କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର କରି କୃଷି ପଦ୍ଧତିକୁ ଆପଣେଇ ଏକ ସୁସ୍ଥ ପରିବେଶ, ସୁସ୍ଥ ମୃତ୍ତିକା ଓ କମ୍ ଖର୍ଚ୍ଚରେ ଉତ୍ପାଦନ କରି ହେବ ସେ ବିଷୟରେ ଉପସ୍ଥିତ ଥିବା ଚାଷୀମାନଙ୍କୁ ତାଲିମ୍ ଦିଆଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ. ତାପସ ରଂଜନ ସାହୁ ମୁଖ୍ୟ ପ୍ରଶିକ୍ଷକ ଭାବେ ତାଲିମ୍ ପ୍ରଦାନ କରିଥିବା ବେଳେ ଏହି ୫ ଦିନିଆ ତାଲିମ୍ରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱାରୋପ ଓ ଆଲୋଚନା କରି ଅଂଶଗ୍ରହଣ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାଏ, ଉଦ୍ୟାନ କୃଷି ସହକାରୀ ନିଦେ୍ର୍ଦଶକ ଦେବଦାସ ଦତ୍ତ, ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ପ୍ରଭଞ୍ଜନ କବି ପ୍ରମୁଖ ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।