ଦକ୍ଷତା ବିକାଶ ତାଲିମ ଶିବିର
କଟକ : ଜିଲ୍ଲା ସ୍ତରୀୟ ଶକ୍ତି କ୍ଲବର ଦକ୍ଷତା ବିକାଶ ତାଲିମ ଶିବିର ରେଭେନ୍ସା କଲିଜିଏଟ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲା ଶିକ୍ଷାଧିକାରୀ ଡ ସନ୍ତୋଷ ରାଉତ ଉଦଘାଟନ କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦେବ ପ୍ରସାଦ ତି୍ରପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଂଚସଖା ଶିକ୍ଷା ସେତୁର ନୋଡ଼ାଲ ଅଫିସର ବିଭୂଦତ୍ତ ବେହେରା ଓ ଜେନେରାଲ ଅଫିସର ପ୍ରକାଶ ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ୧୪ଟି ବ୍ଲକର ୪୯୦ ଉଚ୍ଚ ବିଦ୍ୟାଳୟର ଶକ୍ତି କ୍ଲବର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ପ୍ରକଳ୍ପ ଅଫିସର ଡ ସ୍ୱାଗତିକା ମିଶ୍ର ଓ ଡ ରାଜେଶ ମହନ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ରେଭେନ୍ସା କଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ପ୍ରଗତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।