ଦଶମ ଛାତ୍ରୀଙ୍କୁ ଗଣକୁକର୍ମ : ପିଇସା କୋର୍ଟ ଚାଲାଣ, ୪ ଅଟକ 

ରାଜନଗର,: ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି  । ସଂପର୍କୀୟ ପିଇସାଙ୍କ ସହ ଅନ୍ୟ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଖବର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି  । ଏହି ଘଟଣାରେ ପୋଲିସ ସୋମବାର ରାତିରେ ସଂପର୍କୀୟ ପିଇସାଙ୍କ ସହ ଅନ୍ୟ ୪ ଯୁବକଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖି ପଚରା ଉଚରା କରୁଥିଲା । ଆଜି ପିଇସାଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖାଯାଇଛି  ।
ରାଜନଗର ଥାନା କେଶ ନଂ- ୨୬୬/୨୫ରେ ଦଫା ୭୦(୨),୧୧୫(୨), ୩୫୧(୩), ୬(ଆଇ) ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିବା ସହ ନାବାଳିକା ପୀଡିତାଙ୍କ ସହ ସଂପର୍କୀୟ ପିଇସାର ଡାକ୍ତରୀ ମାଇନା କରିଛନ୍ତି  । ସଂପର୍କୀୟ ପିଇସା ଚିତ୍ତରଂଜନ ମଳିକ (ହାପି)କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁନ୍ଦୁପୁର ଗ୍ରାମର ଦିଲ୍ଲୀପ ଦାଶଙ୍କ ପୁଅ ଦୀପକ ଦାଶ, ନରେନ୍ଦ୍ର ଦାଶଙ୍କ ପୁଅ ସୌରଭ ଦାଶ, ଶରତ ସାହୁଙ୍କ ପୁଅ ଆଲୋକ ସାହୁ, ଜ୍ୟୋତିରଂଜନ ଦାଶଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଆଇଆଇସି ନରେଶକୁମାର ସାହୁ ସୂଚନା ଦେଇଛନ୍ତି  । 
୧୫ ବର୍ଷୀୟା ନାବାଳିକା ରାଜନଗର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ଶନିବାର ରାକ୍ଷୀ ପୂର୍ଣ୍ଣିମା ଦିନ ଅପରାହ୍ନ ୫ଟା ପରେ ପିଇସା ଓଉପଦାରୁ ଭାଲୁକୁଣୀ ଆଣିବା ପାଇଁ ଯିବାକୁ କହିଥିଲା । ତାର ସାଙ୍ଗମାନେ ପୂର୍ବରୁ ଭାଲୁକୁଣୀ ପାଇଁ ଚାଲି ଯାଇଥିବାରୁ ପିଇସାଙ୍କ ସହିତ ବାଇକରେ ବସି ଯାଇଥିଲା । ପିଇସା ଓଉପଦା ଗାଁକୁ ଯିବା ପରିବର୍ତ୍ତେ କୁନ୍ଦୁପୁର ଗାଁ ପାଖରେ ଥିବା ଗ୍ରୀଡ ନିକଟ ଦେଇ ଯାଇଥିବା କୁନ୍ଦୁପୁର-ରେସୋ ମାଟି ରାସ୍ତାରେ ନେଇ ଯାଇଥିଲା । ନାବାଳିକା ଜଣକ ଏହି ରାସ୍ତାରେ କାହିଁକି ଆଣିଲ ବୋଲି ପଚାରିଥିଲା । ପରେ ପିଇସା ତା’ସହିତ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ଚିକôାର ଶୁଣି କୁନ୍ଦୁପୁର ଗାଁର ଉପରୋକ୍ତ ଚାରିଜଣ ଯୁବକ ପହଁଚି ମୋବାଇଲରେ ଫଟୋ ଉଠାଇବା ସହ ଧମକାଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।  ପିଇସା ସେଠାରୁ ଆଣି ଗାଁଠାରୁ ଅଳ୍ପ ଦୂରରେ ଛାଡି ଦେଇଥିଲା । ନାବାଳିକା ଜଣକ ଘରେ ପହଁଚିବା ପରେ ରକ୍ତସ୍ରାବ ସହ ଯନ୍ତ୍ରଣା ବଢିବାରୁ କାନ୍ଦିଥିଲା  । ନାବାଳିକାର ପିତା ଏନେଇ ପଚାରିବାରୁ ନାବାଳିକା ସମସ୍ତ ବିଷୟ କହିଥିଲା । ତାଙ୍କ ପିତା ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିସôା କରିବା ସହ ରାଜନଗର ଥାନାରେ ଅଭିଯୋଗ କରିଥିଲେ  । ଅପରପକ୍ଷରେ ନାବାଳିକାର ପିଇସୀ ଗଣମାଧ୍ୟମରେ ବିବୃତି ଦେଇ କହିଛନ୍ତି, ଏହି ଘଟଣାରେ ତାଙ୍କ ସ୍ୱାମୀଙ୍କ ସଂପୃକ୍ତି ନାହିଁ । ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି । ଦୁଇବର୍ଷ ହେଲା ଆମେ ସ୍ୱାମୀ ସ୍ତ୍ରୀ ସୁରଟରେ ଥିଲୁ । ଏବେ ଆସିଛୁ । ନିଜ ଝିଆରି । ଅନେକ ସମୟରେ ସେ ଆମ ଘରକୁ ଆସେ । ଏଘଟଣା ସତ୍ୟ ନୁହେଁ ବୋଲି କହିଛନ୍ତି । ଏନେଇ ଆଇଆଇସି ଶ୍ରୀ ସାହୁ କହିଛନ୍ତି, ଆମେ ଘଟଣାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରି ଅନୁଧ୍ୟାନ କରୁଛୁ । ଘଟଣାରେ ସଂପୃକ୍ତ ସମସ୍ତ ଅପରାଧିଙ୍କ ବିରୁଦ୍ଧରେ ନିଶ୍ଚିନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୃକ୍ତ ନାବାଳିକାଙ୍କ ଗାଁ ନିକଟବର୍ତ୍ତୀ ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ଏକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ । ସୂଚନାଯୋଗ୍ୟ, ୨୦୨୩ ଡିସେମ୍ବର ୧୩ରେ ନାବାଳିକାର ମା’ଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହେବା ସହ ୬୬୩/୨୩ରେ ମାମଲା ରୁଜୁ ହୋଇଥିଲା । ୨୦୨୫ରେ ତାଙ୍କ ନାବାଳିକା ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି ।