ଦାଣ୍ଡଯାତ୍ରା ଆରମ୍ଭ 

 ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକର ବିଭିନ୍ନ ଦଣ୍ଡ ମନ୍ଦିରରେ ଦଣ୍ଡପର୍ବ ଆରମ୍ଭ ହୋଇଛି । ପ୍ରାତଃ ସମୟରୁ ଦଣ୍ଡ ଭୁକ୍ତା ମାନେ ନିଜ ଘରୁ ବାହାରି ମନ୍ଦିରରେ ପହଞ୍ଚôଥିଲେ । ଦଣ୍ଡକାଳୀ ମନ୍ଦିରରୁ ବାହାରି ଶିବ ମନ୍ଦିରରେ ପହଞ୍ଚô ମହାଦେବଙ୍କୁ ଆମନ୍ତ୍ରଣ କରି ଜଳ ତୁଠକୁ ପହଁଞ୍ଚô ଥିଲେ । ସେଠାରେ ବିଧି ବିଧାନ ସହ ତେର ଭୁକ୍ତାଙ୍କୁ ପଇତା ଧାରଣ କରି ତେର ଦିନ ଦଣ୍ଡ କାମନା ନିମନ୍ତେ ସଂକଳ୍ପ କରି ପୂଜା ହୋମ ସାରି ନଗର ପରିକ୍ରମା କରି ଭକ୍ତଙ୍କ ଦ୍ୱାରରୁ ପୂର୍ଣ୍ଣ କୁମ୍ଭ, ପୂଜା ଶେଷ କରି ଦଣ୍ଡ କାମନାଙ୍କ ଦ୍ୱାରରେ ପହଁଞ୍ଚô ଥିଲେ । ସେଠାରେ ମଙ୍ଗଳକାମନା, ଦଣ୍ଡ ବିଧାନ, ଧୂଳିଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଶେଷ କରି ମନ୍ଦିର ରେ ରହିଥିଲେ କ୍ଷ ସନ୍ଧ୍ୟା ସମୟରେ ଆରତୀ, ପରେ ପ୍ରସାଦ ରନ୍ଧନ କାର୍ଯ୍ୟ ଆରମ୍ଭ କରିଥିଲେ ।