ଦିପାବଳି ପରେ ବିଷ ପାଲଟିଲା ବାୟୁ

ଦିପାବଳି ପରେ ବିଷ ପାଲଟିଲା ବାୟୁ

 ଭୁବନେଶ୍ୱର : ଗତକାଲି ଦିପାବଳି ପରେ ବିଷ ପାଲଟିଲା ବାୟୁ । ଭୁବନେଶ୍ୱରରେ କମିସନରେଟ ପୁଲିସ ସବୁଜ ବାଣକୁ ଅନୁମତି ଦେଇ, ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ । ତଥାପି, କେହି ନିୟମ ପାଳନ କରିନଥିଲେ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦୁଷଣ ଅତି ଭୟଙ୍କର ସ୍ଥିତିରେ ପହଂଚିଛି । କାଲି ଭୁବନେଶ୍ୱରରେ ଏକ୍ୟୁଆଇ ୧୮୦, ପୁରୀରେ ୧୭୯ ଥିବାବେଳେ କଟକରେ ସର୍ବାଧିକ ୧୯୦ ଏକ୍ୟୁଆଇ ଥିଲା । ଯାହାଫଳରେ କି ବିଭିନ୍ନ ବାୟୁ ଜନିତ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଛି । ସେହିପରି ଦିଲ୍ଲୀରେ ମଧ୍ୟ ବାୟୁ ପ୍ରଦୁଷଣ ମାତ୍ରା ସର୍ବାଧିକ ଅଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ପର ହୋଇଛି ।